ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ ପାଳିତ

Published By : Prameya-News7 Bureau | July 14, 2021 IST

ଭଦ୍ରକ ୧୪।୭: ଶ୍ରୀ ଚୈତନ୍ୟ ମହାପ୍ରଭୁ ବହୁ ଥର ଓଡିଶା ଆସିଛନ୍ତି । ତେବେ ଅନେକ ଥର ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହଣି ସହ ଧର୍ମର ପ୍ରଚାର ପ୍ରସାର ପାଇଁ ପ୍ରବଚନ ମଧ୍ୟ ଦେଇଛନ୍ତି । ତେବେ ପୁରୀ ଯିବା ସମୟରେ ଭଦ୍ରକ ଜିଲ୍ଲାର ସେତେବେଳର ସନ୍ଥନଗରରେ ରହଣି ସମୟରେ ନିଜ ଅଙ୍ଗ ବସ୍ତ୍ର ମଧ୍ୟ ଛାଡି ଯାଇଛନ୍ତି । ତେବେ ଅଙ୍ଗବସ୍ତ୍ର ଛାଡିଯାଇଥିବା ସ୍ଥାନରେ ଏବେ ପୂଜା ପାଠ ତ ହେଉଛି କିନ୍ତୁ ପ୍ରତ୍ୟକ ଦିନ ଏହି ଅଙ୍ଗବସ୍ତ୍ର ପ୍ରଦର୍ଶନ ହୋଇନଥାଏ । କେବଳ ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଏହି ଅଙ୍ଗବସ୍ତ୍ର ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହୋଇଥାଏ ।

{"id":480574,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ସେତେବେଳର ଭଦ୍ରକ ଜିଲ୍ଲାର ସନ୍ଥନଗର ଏବେ ସନ୍ଥିଆ ନାମରେ ନାମିତ ହୋଇଛି । ଏହି ଗ୍ରାମଟି ପୁଣ୍ୟତୋୟା ସାଳନ୍ଦି ନଦୀ କୂଳରେ ଅବସ୍ଥିତ । ଭଦ୍ରକ ଜିଲ୍ଲାର ସର୍ବପୁରାତନ ବୈଷ୍ଣବ ପୀଠ ଭାବେ ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିର ବେଶ ପରିଚିତ । ଏହି ମନ୍ଦିରକୁ ନେଇ ଅନେକ ଲୋକକଥା ରହିଛି ।  ଚୈତନ୍ୟ ମହାପ୍ରଭୁ ପୁରୀ ଯିବା ସମୟରେ ଦୁଇ ଥର ଏହିଠାରେ ଅବସ୍ଥାନ କରିଥିଲେ । ରହଣି ଅବସରରେ ସ୍ଥାନୀୟ ଆଞ୍ଚଲରେ ପ୍ରବଚନ ମଧ୍ୟ ଦେଉଥିଲେ । ତେବେ ଭକ୍ତଙ୍କ ସହ ଭାବର ଆଦାନପ୍ରଦାନ କରୁଥିଲେ । ତେବେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏହିସ୍ଥାନରୁ ପୁଣି ଯାତ୍ରା ସମୟରେ ନିଜ ଅଙ୍ଗ ବସ୍ତ୍ର ବା କନ୍ଥା ଏହିଠାରେ ଛାଡିଯାଇଥିଲେ । ସେହିଦିନଠାରୁ ଏହି ପୀଠରେ ଅଙ୍ଗବସ୍ତ୍ର ପୂଜା ହୋଇଥାଏ ।

{"id":480575,"width":749,"height":412,"sizeSlug":"large","linkDestination":"none"}

ବର୍ଷର ଗୋଟିଏ ଦିନ ଆଶାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏଠାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅଙ୍ଗବସ୍ତ୍ର ପ୍ରଦର୍ଶିତ ହୁଏ । ବର୍ଷକରେ ଗୋଟିଏ ଦିନ ବସ୍ତ୍ର ପ୍ରଦର୍ଶନ ହୋଇଥାଏ । ପ୍ରାୟ ୫୩୨ ବର୍ଷ ତଳର ଏହି ଅଙ୍ଗବସ୍ତ୍ର ଆଜିର ଦିନରେ ପ୍ରଦର୍ଶିତ ହେଉଛି । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଙ୍ଗ ଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଙ୍ଗାନାରାୟଣ ବିଦ୍ୟା ବାଚସ୍ପତି ତିରୋଧାନ ଉତ୍ସବରେ ଏହି ଅଙ୍ଗବସ୍ତ୍ର ପ୍ରଦର୍ଶିତ ହୁଏ ।

{"id":480576,"width":750,"height":413,"sizeSlug":"large","linkDestination":"none"}

କରୋନା କଟକଣାର ସମସ୍ତ ନିୟମ ମାନି ପ୍ରାତଃ ୫ଟାରେ ମଙ୍ଗଳ ଆରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା କରାଯାଇ ଶ୍ରୀଲି ଗଙ୍ଗନାରାୟଣଙ୍କ ଉଦ୍ଦେଶ୍ୟରେ ଶ୍ରୀଜିଉଙ୍କ ତରଫରୁ ଗୋସ୍ବାମୀ ପରିବାର ତରଫରୁ ଦେବକୁମାର ଗୋସ୍ବାମୀଙ୍କ ଦ୍ବାରା ଓ ମନ୍ଦିରର କୂଳ ପୁରୋହିତ କେଦାର ଭଟ୍ଟଚାର୍ଯ୍ୟଙ୍କ ପୌରାହିତ୍ୟରେ ଶ୍ରାଦ୍ଧଉତ୍ସବ ସମ୍ପାଦିତ ହୋଇଥିଲା । ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ଫଳମୂଳ ନୈବେଦ୍ୟ ମଧ୍ୟ ଅର୍ପଣ କରାଯାଇଥିଲା । ପରେ ମନ୍ଦିରର ମହନ୍ତ ମହାରାଜ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ବାରା ମହାପ୍ରଭୁଙ୍କ ଲୀଳା କିର୍ତ୍ତନ ପରିବେଷିତ ହୋଇଥିଲା ।  ମନ୍ଦିରର ମହନ୍ତ ଆଶୀଷ ଦେବ ଗୋସ୍ବାମୀ ଉକ୍ତ ମହୋତ୍ସବ ତଥା ମଦନମୋହନଙ୍କ ମହନୀୟତା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ ପରେ କୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନେ କନ୍ଥା ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ କୁଥାର୍ଥ ମଣିଥିଲେ । ତେବେ କାରୋନା କଟକଣା ପାଇଁ ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ଭିଡ ନାହିଁ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.