Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ସଫଳ ହେଲା ଶ୍ରେୟସଙ୍କ କାନ୍ଧ ଅପରେସନ୍: ଫଟୋ ସେୟାର କରି ଦେଲେ ବଡ ବୟାନ

8/04/2021 at 6:03 PM

ନୂଆଦିଲ୍ଲୀ ୦୮/୦୪ : ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କର ଗୁରୁବାର ଦିନ ଅପରେସନ ହୋଇଛି। ତାଙ୍କ ଅପରେସନ ସଫଳ ହୋଇଛି। ଇଂଲଣ୍ଡ ଦିନିକିଆ ସିରିଜ୍ ସମୟରେ ଶ୍ରେୟସଙ୍କ କାନ୍ଧରେ ଆଘାତ ହୋଇଥିଲା। ସେଥିପାଇଁ ସେ ଆଇପିଏଲ୍ ସିଜନ୍ ୧୪ ରୁ ବାହାରି ଯାଇଥିଲେ।

ଶ୍ରେୟସ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ ତାଙ୍କ କାନ୍ଧ ଅପରେସନ ସଫଳ ହୋଇଛି ଏବଂ ସେ ଖୁବ ଶୀଘ୍ର ମଇଦାନକୁ ଫେରିବାକୁ ଚେଷ୍ଟା କରିବେ। ଶ୍ରେୟସ ନିଜ ଫଟୋ ପୋଷ୍ଟ କରି ଟ୍ୱିଟ କରିଛନ୍ତି ଯେ, “ଅପରେସନ ସଫଳ ହୋଇଛି ଏବଂ ମୁଁ ପ୍ରତିବଦ୍ଧତା ସହ ଶୀଘ୍ର ଫେରିବି। ଆପଣମାନଙ୍କ ଶୁଭକାମନା ପାଇଁ ଧନ୍ୟବାଦ।”

୨୬ ବର୍ଷୀୟ ଶ୍ରେୟସ ପୁନେରେ ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଦିନିକିଆ ମ୍ୟାଚ୍ ସମୟରେ ଜନି ବେୟରଷ୍ଟୋଙ୍କ ଶଟ୍ ରୋକିବାକୁ ପ୍ରୟାସ କଲାବେଳେ ଆହତ ହୋଇଥିଲେ। ସେତେବେଳେ ତାଙ୍କୁ ଏତେ କଷ୍ଟ ହୋଇଥିଲେ ଯେ ସେ ଯନ୍ତ୍ରଣାରେ ଚିଲ୍ଲେଇ ଉଠିଥିଲେ। ସ୍କାନ୍ କରିବା ପରେ ଜଣାପଡିଥିଲା ତାଙ୍କ କାନ୍ଧର ଅପରେସନ୍ କରିବାକୁ ପଡିବ। ଏଥିପାଇଁ ସେ ଇଂଲଣ୍ଡ ବିପକ୍ଷରେ ବାକି ମ୍ୟାଚ ଖେଳି ପାରିନଥିଲେ ଓ ଆଇପିଏଲରୁ ମଧ୍ୟ ବାହାରି ଯାଇଥିଲେ। ଶ୍ରେୟସ ପୁଣି ଫିଟ୍ ହୋଇ ମଇଦାନକୁ ଫେରିବାକୁ ପାଖାପାଖି ୪ ମାସ ସମୟ ଲାଗିବ ବୋଲି କୁହାଯାଉଛି।

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ୪ ମାସ ଯାଏଁ ଟିମକୁ ନ ଫେରି ପାରନ୍ତି। ସେ ଲଙ୍କାଶ୍ୱର ସହ ଚୁକ୍ତି କରିଥିଲେ। କିନ୍ତୁ ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ କାଉଣ୍ଟି ଟିମ ତରଫରୁ ଖେଳିବା ସମ୍ଭାବନା ନଜର ଆସୁନାହିଁ।

   Related Posts