Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ଖେଳିବା ନେଇ ସୂଚନା ଦେଲେ ଆୟର, ଅଧିନାୟକ ପଦ ଉପରେ ଦେଲେ ବଡ ବୟାନ

5/07/2021 at 6:20 PM

ନୂଆଦିଲ୍ଲୀ ୦୫।୦୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ। ଅବଶିଷ୍ଟ ମୁକାବିଲା ସେପ୍ଟେମ୍ବର ୧୮ରୁ ଖେଳାଯିବ। ଆଇପିଏଲ ଫାଇନାଲର ଦୁଇ ଦିନ ପରେ ୟୁଏଇରେ ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବ। ଏହା ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟସମ୍ୟାନ ଶ୍ରେୟସ ଆୟର ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆୟର ୨୦୨୧ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଆହତ ହେବାରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ। ପୁଣି କରୋନା ସଂକ୍ରମଣ କାରଣରୁ ଲିଗ୍‌କୁ ଅଧାରେ ସ୍ଥଗିତ ରଖିବାକୁ ପଡିଥିଲା। ଏବେ ଆୟର ନିଜ ଫିଟନେସକୁ ନେଇ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆହତଜନିତ ସମସ୍ୟାରୁ ମୁକୁଳିବାର ସେ ଶେଷ ପର୍ଯ୍ୟାୟରେ ଅଛନ୍ତି। ଆଉ ମାସେ ଭିତରେ ସେ ସଂପୂର୍ଣ୍ଣ ଫିଟ୍ ହୋଇଯିବେ।

ହେଲେ ୨୬ ବର୍ଷୀୟ ବ୍ୟାଟସମ୍ୟାନ ନିଜର ଅଧିନାୟକତ୍ଵ ବିଷୟରେ କିଛି ସ୍ପଷ୍ଟ କରି ନାହାନ୍ତି। ସେ ଏହାର ନିଷ୍ପତ୍ତି ଫ୍ରାଞ୍ଚାଇଜଙ୍କ ହାତରେ ଛାଡିଛନ୍ତି। ଆୟର କହିଛନ୍ତି, ମୋ କାନ୍ଧର ଚିକିତ୍ସା ପୂରା ହୋଇ ସାରିଛି। ସଂପୂର୍ଣ୍ଣ ଫିଟନେସ୍ ହାସଲ କରିବାର ସେ ଅନ୍ତିମ ଷ୍ଟେଜରେ ଅଛନ୍ତି। ନିଜକୁ ସେ ଫିଟ୍ ଅନୁଭବ କରୁଛନ୍ତି ଏବଂ ନିଜର ଅଭ୍ୟାସ୍ ଠିକ୍ ଭାବେ ଚାଲିଥିବା ଶ୍ରେୟସ କହିଛନ୍ତି। ଶ୍ରେୟସ କହିଛନ୍ତି, ଲାଗୁଛି ଆଇପିଏଲ ପାଇଁ ମୁଁ ଉପଲବ୍ଧ  ହୋଇ ପାରିବି। କିନ୍ତୁ ଆୟର ଅଧିନାୟକ ବିଷୟରେ କିଛି ସ୍ପଷ୍ଟ କହି ନାହାନ୍ତି। କେବଳ ଏତିକି କହିଛନ୍ତି ଯେ, ଏହାର ନିଷ୍ପତ୍ତି ଫ୍ରାଞ୍ଚାଇଜଙ୍କ ହାତରେ ରହିଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ ଦଳ ପାଇଁ ଟ୍ରଫି ଜିତିବା। ଦଳ ଚଳିତ ସଂସ୍କରଣରେ ଦମଦାର ପ୍ରଦର୍ଶନ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ତେଣୁ ଦଳକୁ ଚମ୍ପିଆନ କରାଇବା ହିଁ ମୋର ମୂଳ ଲକ୍ଷ୍ୟ ରହିବ। ଅଧିନାୟକ ପଦ ମୋ ପାଇଁ ଗୁରୁତ୍ଵ ବହନ କରୁ ନାହିଁ ବୋଲି ଆୟର କହିଛନ୍ତି।

ଆୟର ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ବର୍ଷ ପ୍ରାରମ୍ଭରେ ଖେଳାଯାଇଥିବା ଦିନିକିଆ ସିରିଜରେ ଆହତ ହୋଇଥିଲେ। ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲେ। ସ୍କାନିଂ ପରେ କାନ୍ଧର ଅସ୍ତ୍ରୋପ୍ରଚାର କରାଯାଇଥିଲା। ଫଳରେ ତାଙ୍କୁ ପ୍ରାୟ ତିନି ମାସ କ୍ରିକେଟରୁ ଦୂରେଇ ରହିବାକୁ ପଡିଥିଲା। ଏବେ ସେ ନିଜ ଫିଟନେସ୍ ଉପରେ ପରିଶ୍ରମ କରୁଛନ୍ତି ଏବଂ ମଇଦାନକୁ ଓହ୍ଲାଇବା ନେଇ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି।

   Related Posts