Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟାରଙ୍କୁ ଡବଲ୍ ଝଟକା : ମ୍ୟାଚ୍ ହାରିଲେ, ଏବେ ଗଣିବେ ୧୨ ଲକ୍ଷ ଟଙ୍କା ଫାଇନ

30/09/2020 at 4:05 PM

ଦୁବାଇ, ୩୦ ।୦୯:  ସେପ୍ଟେମ୍ବର ୨୯ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ବିଜୟ ଲାଭ କରିଛି । ଦିଲ୍ଲୀ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ହୋଇଛି । ଏହାସହ ହାଇଦ୍ରାବାଦ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଛି । କିନ୍ତୁ ମ୍ୟାଚ୍ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟାରଙ୍କୁ ଜରିମାନା ଦେବାକୁ ପଡିବ ।

ପରାସ୍ତ ହେବା ପରେ ସ୍ଲୋ ଓଭର-ରେଟ୍ ପାଇଁ ଶ୍ରେୟସ ଆୟାରଙ୍କ ଉପରେ ୧୨ ଲକ୍ଷର ଜରିମାନା ରାଶି ଲାଗିଛି । ଶ୍ରେୟସ ହେଉଛନ୍ତି ଦ୍ୱିତୀୟ ଅଧିନାୟକ ଯାହାଙ୍କ ଉପରେ ଜରିମାନା ଲାଗିଛି । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମଧ୍ୟ ଜରିମାନା ଲାଗିଥିଲା ।

ଆଇପିଏଲର ପ୍ରେସ ବାର୍ତ୍ତା ଅନୁସାରେ, ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟ ଦ୍ୱାରା ଦିଲ୍ଲୀ ସ୍ଲୋ ଓଭର ବୋଲିଂ କରିଛି । ତେଣୁ ଅଧିନାୟକଙ୍କ ଉପରେ ୧୨ ଲକ୍ଷର ଜରିମାନା ଲାଗୁ ହୋଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସ୍ଲୋ ଓଭର ରେଟ୍‌ର ଏହା ହେଉଛି ପ୍ରଥମ ମାମଲା । ଦଳ ହାରିବା ପରେ ତାଲିକାରେ ଶୀର୍ଷ ସ୍ଥାନ ମଧ୍ୟ ହରାଇଛି । ଦଳ ଏବେ ଦୁଇ ନମ୍ବରକୁ ଖସି ଆସିଛି ।

   Related Posts