'ବ୍ୟାଟିଂ କୌଶଳ ଉପହାର ଭାବେ ମିଳିନି, ପରିଶ୍ରମ କରି ହାସଲ କରିଛି'- ଶ୍ରେୟସ ଆୟାର

Published By : Prameya-News7 Bureau | October 04, 2020 IST

ଦୁବାଇ, ୦୪|୧୦: କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଶନିବାର ଖେଳାଯାଇଥିବା ଆଇପିଏଲ ମୁକାବିଲାରେ ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟାର ଜବରଦସ୍ତ ବ୍ୟାଟିଂ କରିଥିଲେ । ସେ ମାତ୍ର ୩୮ ବଲରୁ ଦ୍ରୁତ ୮୮ ରନ୍ କରିଥିଲେ । ଏହାପରେ ଶ୍ରେୟସଙ୍କୁ ବିଭିନ୍ନଆଡୁ ପ୍ରଶଂସା କରାଯାଉଛି ।

ତେବେ ଏହି ବିସ୍ଫୋରକ ବ୍ୟାଟିଂ ପରେ ଶ୍ରେୟସ କହିଛନ୍ତି ଯେ, ତାଙ୍କୁ କିଛି ବି ଉପହାର ଭାବେ ମିଳିନି । ସେ ଜନ୍ମରୁ ଭଲ ଖେଳୁ ନଥିଲେ । ସେ କଠିନ ପରିଶ୍ରମ କରି ବ୍ୟାଟିଂ ଶିଖିଛନ୍ତି । ଏବେ ବି ପରିଶ୍ରମ କରୁଛନ୍ତି । ଥରେ ବ୍ୟାଟିଂ ଲୟ ହସଲ କଲେ ତାକୁ ଚୂଡାନ୍ତ ରୂପ ଦେବାକୁ ପଡିବ । ଛୋଟ ଷ୍ଟାଡିୟମରେ ଏପରି ପାଳି ଖେଳିବା ପାଇଁ ତାହା ପ୍ରକୃଷ୍ଟ ସମୟ ଥିଲା । ସେ ଏହା ବିଚାର କରି ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ।

ସେ ଆହୁରି କହିଛନ୍ତି ଯେ, ଏହି ଷ୍ଟାଡିୟମରେ କୌଣସି ସ୍କୋର ବଡ ନୁହେଁ । ତେଣୁ ପ୍ରଥମେ ବ୍ୟାଟିଂ କରି ଜିତିବା ସହଜ କଥା ନୁହେଁ । ଏଠାରେ ସର୍ବଦା ମ୍ୟାଚ୍ ରୋମାଞ୍ଚକର ହୋଇଥାଏ । ଏହି ମ୍ୟାଚ୍ ଜିତିବା ବଡ ସଫଳତା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର କୋଲକାତା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ ୧୮ରନରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୨୮ ରନ୍ କରିଥିଲା । ତେବେ କୋଲକାତା ୧୮ ରନ ପଛରେ ରହିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.