Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମା’ ହେଲେ ଲୋକପ୍ରିୟ ସିଙ୍ଗର ଶ୍ରେୟା ଘୋଷାଲ, ସୋସିଆଲ୍‌ ମିଡିଆରେ ଦେଲେ ଖୁସି ଖବର

22/05/2021 at 8:10 PM

ମୁମ୍ବାଇ ୨୨/୫: ମା’ ହେଲେ ଲୋକପ୍ରିୟ ଗାୟୀକା ଶ୍ରେୟା ଘୋଷାଲ। ଏନେଇ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି। ଗୁଡ୍‌ ନ୍ୟୁଜ୍‌ ସେୟାର କରିବା ସହ ଆଶୀର୍ବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରେୟା। ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଥିବା ବେଳେ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି।

ଶ୍ରେୟା ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଭଗବାନ ଆଜି ଦ୍ବିପ୍ରହରରେ ଜଣେ ପୁତ୍ର ସନ୍ତାନ ଦେଇ ଆଶୀର୍ବାଦ କରିଛନ୍ତି। ଏହା ଏମିତି ଏକ ଭାବନା ଯାହାକି କେବେ ଅନୁଭବ ହୋଇନଥିଲା। ଶିଳାଦିତ୍ୟ ଏବଂ ମୁଁ ଆମ ପରିବାର ସହ ସେଲିବ୍ରେଟ କରୁଛୁ। ଆପଣମାନଙ୍କ ଆଶୀର୍ବାଦ ପାଇଁ ବହୁତ ଧନ୍ୟବାଦ।’

ପୂର୍ବରୁ ନିଜର ସନ୍ତାନର ନାଁ ସେୟାର କରିଥିଲେ ଶ୍ରେୟା। ପୋଷ୍ଟ କରି ଲେଖିଥିଲେ ‘ବେବି ଶ୍ରେୟାଦିତ୍ୟ ଆସୁଛି।  ଶିଳାଦିତ୍ୟ ଏବଂ ମୁଁ ଏହି ଖବର ଆପଣମାନଙ୍କ ସହ ସେୟାର କରି ଖୁସି ହେଉଛୁ। ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ସହ ଆପଣମାନଙ୍କ ଭଲପାଇବା ଏବଂ ଆଶୀର୍ବାଦର ଆବଶ୍ୟକତା ରହିଛି।’

ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଶ୍ରେୟା ଏବଂ ତାଙ୍କ ସ୍ବାମୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବହୁ ବଡ଼ ବଡ଼ ସେଲିବ୍ରିଟି ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ଭାରତର ଲୋକପ୍ରିୟ ତଥା ହାଇ ପେଡ୍‌ ସିଙ୍ଗର ଶ୍ରେୟା ଘୋଷାଲ ୨୦୧୫ରେ ଶିଳାଦିତ୍ୟଙ୍କୁ ବେଙ୍ଗଲୀ ପରମ୍ପରା ଅନୁସାରେ ବିବାହ କରିଥିଲେ।  ଉଭୟଙ୍କ ମଧ୍ୟରେ ୧୦ ବର୍ଷର ପ୍ରେମ ସମ୍ପର୍କ ଥିଲା। ଏବେ ସେମାନେ ଜଣେ ବେବି ବୟର ପିତାମାତା ହୋଇଛନ୍ତି।

   Related Posts