ଶ୍ରେୟା ଘୋଷଲ ଦେଖାଇଲେ ପୁଅର ପ୍ରଥମ ଝଲକ: କହିଲେ, ମା’ ହେବା ଏବେବି ସ୍ୱପ୍ନ ଭଳି ଲାଗୁଛି

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୦୨/୦୬: ବଲିଉଡର ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋଷଲ ବିବାହର ୫ ବର୍ଷ ପରେ ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ଯାହାର ସୂଚନା ସେ ନିଜେ ଇନଷ୍ଟାଗ୍ରାମରେ ଦେଇଥିଲେ । ବର୍ତ୍ତମାନ ସେ ତାଙ୍କ ପୁଅର ପ୍ରଥମ ଝଲକ ଦେଖାଇଛନ୍ତି। ବାସ୍ତବରେ ଆଜି ଶ୍ରେୟା ସୋସିଆଲ ମିଡିଆ ମାଧ୍ୟମରେ ପୁଅର ପ୍ରଥମ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି ।

wp:html
/wp:html

ଏହାପୂର୍ବରୁ ଶ୍ରେୟା ମଧ୍ୟ ପୁଅର ନାମ ଘୋଷଣା କରିଛନ୍ତି, ଗାୟିକା ତାଙ୍କ ପୁଅର ନାମ ରଖିଛନ୍ତି- ଦେବୟାନ ମୁଖୋପାଧ୍ୟାୟ। ଶ୍ରେୟା କହିଛନ୍ତି ଯେ ମେ ୨୨ ରେ ତାଙ୍କ ପୁଅ ଜନ୍ମ ହୋଇଥିଲା ଏବଂ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।

ସେ ଲେଖିଛନ୍ତି ଯେ ପୁଅର ପ୍ରଥମ ଝଲକ ଦେଖିବା ପରେ କ’ଣ ଅନୁଭବ ହୁଏ ତାହା କେବଳ ବାପା-ମା ହିଁ ବୁଝିପାରିବେ। ଶ୍ରେୟା କହିଛନ୍ତି ଯେ ତଥାପି ଏସବୁ ତାଙ୍କ ପାଇଁ ଏକ ସ୍ୱପ୍ନ ଭଳି ଲାଗୁଛି |

ଶ୍ରେୟା ତାଙ୍କ ପିଲାଦିନର ବନ୍ଧୁ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ୨୦୧୫ ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ପ୍ରାୟ ୧୦ ବର୍ଷ ଧରି ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ବିବାହର ୫ ବର୍ଷ ପରେ ଶ୍ରେୟା ଜଣେ ମା’ ହୋଇପାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.