Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ମା’ ହେବାକୁ ଯାଉଛନ୍ତି ଶ୍ରେୟା ଘୋଷଲ, ଫଟୋ ସେୟାର କରି ଦେଲେ ସୂଚନା

4/03/2021 at 12:06 PM

ନୂଆଦିଲ୍ଲୀ ୦୪/୦୨: ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋଷଲ ଫ୍ୟାନ୍ସ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଶ୍ରେୟା  ଖୁବ୍ ଶୀଘ୍ର ମା’ହେବାକୁ ଯାଉଛନ୍ତି । ଶ୍ରେୟା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହାର ସୂଚନା ଦେଇଛନ୍ତି । ଫଟୋରେ ସେ ବେବି ବମ୍ପ୍ ସହିତ ପୋଜ୍ ଦେଇଛନ୍ତି । ୩୬ ବର୍ଷିୟା ଶ୍ରେୟା ଘୋଷାଲ ଲେଖିଛନ୍ତି, ‘ବେବି ଶ୍ରେୟଦିତ୍ୟ ଆସୁଛନ୍ତି । ଏହି ଖବର  ଆପଣ ସମସ୍ତଙ୍କ ସହ ବାଣ୍ଟି ଶିଲାଦିତ୍ୟ ଏବଂ ମୁଁ ବହୁତ ଖୁସି ଅଛୁ । ଆପଣ ସମସ୍ତଙ୍କର ଭଲପାଇବା ଏବଂ ପ୍ରାର୍ଥନା ଆବଶ୍ୟକ ଯାହାଦ୍ୱାରା ଆମେ ଆମ ଜୀବନର ଏହି ନୂତନ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହୋଇପାରିବୁ ।‘

Shreya Ghoshal shares video of lyricists appealing for proper credits on  music platforms | Music News – India TV

ଶ୍ରେୟାଙ୍କର ଏହି ପୋଷ୍ଟରେ ଅନେକ ଷ୍ଟାରମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୋଫି ଚୌଧୁରୀ ଲେଖିଛନ୍ତି- ‘ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଖୁବ୍ ଭଲପାଇବା ଏବଂ ଅଭିନନ୍ଦନ।’ ରାଘବ ସଚ୍ଚର ଲେଖିଛନ୍ତି, ‘ବହୁତ ଭଲ ଖବର ଶ୍ରେୟା, ହୃଦୟରୁ ଅଭିନନ୍ଦନ।’ ଅସମିତ ପଟେଲ ଶ୍ରେୟାଙ୍କୁ ଖୁବ୍ ଭଲପାଇବା ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଗୀତିକାର ଶେଖର ରାଜୱାନୀ ଏବଂ ଶାନ୍ତନୁ ମୋଇତ୍ରାଙ୍କ ସହିତ ଅନ୍ୟମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Shreya Ghoshal marries beau Shiladitya in a low key affair - Movies News

ଶ୍ରେୟା ଘୋଷଲ ତାଙ୍କର ବଏଫ୍ରେଣ୍ଡ୍ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ଫେବୃଆରୀ ୫, ୨୦୧୫ ରେ ବିବାହ କରିଥିଲେ । ଏହି ବିବାହ ସମାରୋହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା ଯେଉଁଥିରେ ଉଭୟ ପରିବାର ଏବଂ କିଛି ବିଶେଷ ବନ୍ଧୁ ସାମିଲ ହୋଇଥିଲେ । ବିବାହର ସମସ୍ତ ରୀତିନୀତି ବଙ୍ଗାଳୀ ପରମ୍ପରା ଅନୁସାରେ କରାଯାଇଥିଲା ।

Antswork Presents Shreya Ghoshal Live in Concert in Sri Lanka. - YouTube

ଶ୍ରେୟା ଚାରି ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ଟିଭି ଶୋ ସାରେଗାମାପାରୁ ଏକ ବଡ଼ ସୁଯୋଗ ପାଇଥିଲେ ଏବଂ ଆଗକୁ ତାଙ୍କର ଭବିଷ୍ୟତର ରାସ୍ତା ଖୋଲିଯାଇଥିଲା । ଶ୍ରେୟା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଦେବଦାସ’ରୁ ଡେବ୍ୟୁ କରିଥିଲେ । ଏଥିରେ ସେ ଗାଇଥିବା ଗୀତ ‘ବୈରୀ ପିୟା’ ସୁପରହିଟ୍ ହୋଇଥିଲା । ସେ ଡୋଲା ରେ, ଧୀରେ ଜଲନା, ୟେ ଇଶ୍କ ହାଏ, ବାରସୋ ରେ ମେଘା, ଦୀୱାନୀ ମସ୍ତାନୀ ଏବଂ ଘୁମର ସମେତ ହଜାର ହଜାର ଗୀତରେ ନିଜର କଣ୍ଠ ଦାନ କରିଛନ୍ତି ।

   Related Posts