Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

“ଶ୍ରୀକ୍ଷେତ୍ରରୁ ସାହିଜାତ”କୁ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ପୁରସ୍କୃତ

26/10/2021 at 10:55 PM

ପୁରୀ ୨୬/୧୦: ପୁରୀର ଯୁବ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କୁ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପୁରସ୍କୃତ କରିଛନ୍ତି । “ଶ୍ରୀକ୍ଷେତ୍ରରୁ ସାହିଜାତ” ଶୀର୍ଷକ ଫିଲ୍ମକୁ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ରୂପେ ଏହା ସ୍ଥାନ ପାଇଛି ।

ତେବେ ମଙ୍ଗଳବାର ଆଶୁତୋଷ ପୁରୀରେ ପହଞ୍ଚିବା ପରେ ତାଙ୍କୁ ତାଙ୍କ ସାଙ୍ଗ ସାଥି ଓ କଳାପ୍ରେମୀମାନେ ସମ୍ବର୍ଦ୍ଧନା ଦେଇଛନ୍ତି । ପରେ ଆଶୁତୋଷ ଶ୍ରୀମନ୍ଦିର ଯାଇ ପତିତପାବନଙ୍କୁ ଦର୍ଶନ କରି ଦୀପ ଦାନ କରିଥିଲେ ।

ତେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ନେଇ ଆଶୁତୋଷ ବେଶ ଖୁସି ପ୍ରକଟ କରିଛନ୍ତି । ଶ୍ରୀକ୍ଷେତ୍ରର କଳା ସଂସ୍କୃତିକୁ ନେଇ ସେ ଆହୁରି ଫିଲ୍ମ ନିର୍ମାଣ କରିବେ ବୋଲି କହିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁକିଛି ସମ୍ଭବ ହୋଇଥିବା ନିଜ ପ୍ରତିକ୍ରିୟାରେ ଆଶୁତୋଷ କହିଛନ୍ତି ।

   Related Posts