ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଲାଗିଛି ପୋଷ୍ଟର
14/08/2018 at 11:53 PM

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଲାଗିଛି ପୋଷ୍ଟର। ସେବାୟତଙ୍କ ଦାନ ଦକ୍ଷିଣା ଉପରେ ଶ୍ରୀମନ୍ଦିର ପ୍ରଶାସନ ଲଗାଇଥିବା କଟକଣା ଏକ ଷଡ଼ଯନ୍ତ୍ର। ଦାନଦକ୍ଷିଣା ସେବାୟତଙ୍କ ହକ୍ ଓ ପ୍ରାପ୍ୟ। ଏହା ବନ୍ଦ ହେଲେ ସେମାନେ ଆମରଣ ଅନଶନ କରିବା ସହ ସେବା, ପୂଜା ବନ୍ଦ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ତାର ଚାବି ହଜିବା ଘଟଣାକୁ ଚପାଇଦେବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା ମଧ୍ୟ ଉଲ୍ଲେଖ କରାଯାଇଛି। ସେବାୟତମାନେ ବାରମ୍ୱାର ଶ୍ରୀମନ୍ଦିର ପ୍ରଶାସନକୁ ଦାନଦକ୍ଷିଣା ବନ୍ଦ ର ବିକଳ୍ପ ବ୍ୟବସ୍ଥା ପାଇଁ ଜଣାଇଥିଲେ ମଧ୍ୟ ପ୍ରଶାସନ କିଛି କରିନାହିଁ। ଫଳରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋକ ଉପାସରେ ରହିଲେ ଏଥିପାଇଁ ଜନସାଧାରଣ ସେବାୟତଙ୍କୁ ଦାୟୀ ନକରିବାକୁ ଅନୁରୋଧ କରାଯାଇଛି। ସେବାୟତମାନଙ୍କ ପକ୍ଷରୁ ସୁଆର ମହାସୁଆର ନିଯୋଗର ସଭାପତି ଦାମୋଦର ମହାସୁଆର ପୋଷ୍ଟର ମାଧ୍ୟମରେ ଏହି ନିବେଦନ କରିଛନ୍ତି।