ରାମାୟଣ ଓ ମହାଭାରତ ପରେ ଦର୍ଶକଙ୍କ ପାଇଁ ଆଉ ଏକ ଭଲ ଖବର, ଅତିଶୀଘ୍ର ପ୍ରସାରିତ ହେବ ଶ୍ରୀ କ୍ରିଷ୍ଣା

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ, ୨୩|୦୪: ଦୂରଦର୍ଶନ ଗତ କିଛିଦିନ ଧରି ନିଜର ପୂର୍ବ ସିରିଏଲକୁ ପ୍ରସାରଣ କରୁଛି । ଚ୍ୟାନେଲର ଟିଆରପି ମଧ୍ୟ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଲକଡାଉନ ସମୟରେ ସୁପରହିଟ୍ ସୋ' ରାମାୟଣ, ମହାଭାରତ, ଚାଣକ୍ୟ, ଶକ୍ତିମାନ, ଦେଖ ଭାଇ ଦେଖ ଆସି ପ୍ରସାରଣ କରୁଛି । ଏହା ମଧ୍ୟରୁ ରାମାୟଣ ଓ ମହାଭାରତକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏବେ ଶ୍ରୀ କ୍ରିଷ୍ଣା ମଧ୍ୟ ପ୍ରସାରଣ କରାଯିବ ।

wp:core-embed/twitter {"url":"https://twitter.com/prasarbharati/status/1253263458436431873?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253263458436431873\u0026ref_url=https%3A%2F%2Fhindi.news18.com%2Fnews%2Fentertainment%2Ftv-after-ramayan-and-mahabharat-good-news-for-doordarshan-viewers-shri-krishna-coming-soon-on-dd-national-dv-3045064.html","type":"rich","providerNameSlug":"twitter","className":""}
https://twitter.com/prasarbharati/status/1253263458436431873?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253263458436431873&ref_url=https%3A%2F%2Fhindi.news18.com%2Fnews%2Fentertainment%2Ftv-after-ramayan-and-mahabharat-good-news-for-doordarshan-viewers-shri-krishna-coming-soon-on-dd-national-dv-3045064.html
/wp:core-embed/twitter

ରାମାୟଣ ସହ ଶ୍ରୀ କ୍ରିଷ୍ଣାର ନିର୍ଦ୍ଦେଶକ ମଧ୍ୟ ରାମାନନ୍ଦ ସାଗର । ପ୍ରସାର ଭାରତୀ କିଛି ସମୟ ପୂର୍ବରୁ ଏନେଇ ସୂଚନା ଦେଇଛି । ଡିଡି ନ୍ୟାସନାଲରେ ଏହାର ପ୍ରସାରଣ କରାଯିବ । ନିଜ ଟ୍ୱିଟର ଆକାଉଣ୍ଟରେ ଡିଡି ଏନେଇ ସୂଚନା ଦେଇଛି ।

wp:core-embed/twitter {"url":"https://twitter.com/DDNational/status/1253279778087432193?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253279778087432193\u0026ref_url=https%3A%2F%2Fhindi.news18.com%2Fnews%2Fentertainment%2Ftv-after-ramayan-and-mahabharat-good-news-for-doordarshan-viewers-shri-krishna-coming-soon-on-dd-national-dv-3045064.html","type":"rich","providerNameSlug":"twitter","className":""}
https://twitter.com/DDNational/status/1253279778087432193?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1253279778087432193&ref_url=https%3A%2F%2Fhindi.news18.com%2Fnews%2Fentertainment%2Ftv-after-ramayan-and-mahabharat-good-news-for-doordarshan-viewers-shri-krishna-coming-soon-on-dd-national-dv-3045064.html
/wp:core-embed/twitter

ସୂଚନାଯୋଗ୍ୟ, ରାମାନନ୍ଦ ଆର୍ଟସ୍ ପ୍ରଡକ୍ସନ ପ୍ରସ୍ତୁତ କରିଥିବା ଏହି ସିରିଏଲ ୧୯୯୩ରେ ପ୍ରଥମ ଥର ପାଇଁ ଦୂରଦର୍ଶନର ମେଟ୍ରୋରେ ପ୍ରସାରିତ ହୋଇଥିଲା । ଏହାପରେ ୧୯୯୬ରେ ଏହି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ।

ରାମାୟଣ ଓ ମହାଭାରତ ପରେ ଗତ କିଛିଦିନ ଧରି ଲୋକମାନେ ଶ୍ରୀ କ୍ରିଷ୍ଣା ପ୍ରସାରଣ ପାଇଁ ଅନୁରୋଧ କରିଥିଲେ । ଏବେ ପ୍ରସାର ଭାରତୀ ଦର୍ଶକଙ୍କ ଅନୁରୋଧ ରକ୍ଷା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.