Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଝୁରିବ ନରେନ୍ଦ୍ର, ନିସ୍ତବ୍ଧ ରଥଖଳା: ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଚାପ ଖେଳିବେ, ଚାହାଣୀ ମଣ୍ଡପ ଓ ସ୍ନାନ ମଣ୍ଡପ ମଝାମଝି ବିଜେ ହେବେ ରଥ ନିର୍ମାଣର ଆଜ୍ଞାମାଳ

25/04/2020 at 7:15 PM

ପୁରୀ, ୨୫|୦୪: ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ । ନରେନ୍ଦ୍ର ପୁଷ୍କରିଣୀରେ ନୁହେଁ ଶ୍ରୀମନ୍ଦିର ଭିତରେ ହିଁ ପ୍ରସ୍ତୁତ କରାଯିବ ୨ଟି ଜଳକୁଣ୍ଡ । ଆଉ ୨୧ଦିନ ଧରି ହେବ ମହାପ୍ରଭୁଙ୍କ ନୌକାବିହାର । ସେହିଭଳି ଆସନ୍ତା କାଲି ଅକ୍ଷୟ ତୃତୀୟାରେ ଚାହାଣୀ ମଣ୍ଡପ ଓ ସ୍ନାନମଣ୍ଡପ ମଝାମଝି ସ୍ଥାନରେ ଆଜ୍ଞାମାନ ବିଜେ ପରେ ଅନୁକୂଳ ହେବ ରଥନିର୍ମାଣ କାମ । କରୋନା କଟକଣାକୁ ନଜର ରଖି ଆପୋଷ ସମନ୍ବୟ ଏବଂ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରିବାକୁ ହୋଇଛି ନିଷ୍ପତି ।

ଏଥର ଚନ୍ଦନଯାତ୍ରାରେ ନରେନ୍ଦ୍ର ଯିବେନି ଜଗନ୍ନାଥ । ବରଂ ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ । ଶ୍ରୀମନ୍ଦିର ଭିତରେ ହିଁ ପ୍ରସ୍ତୁତ କରାଯିବ ୨ଟି ଜଳକୁଣ୍ଡ । ଆଉ ପ୍ରତୀକାତ୍ମକ ନନ୍ଦା ଓ ଭଦ୍ରା ଡଙ୍ଗାରେ ବସି ୨୧ଦିନ ନୌବିହାର କରିବେ ମହାପ୍ରଭୁ । ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ଡପ ନିକଟରେ ଆଉ ଦୁଇଟି ଅସ୍ଥାୟୀ କୁଣ୍ଡ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ସମସ୍ତ ବିଧି କରାଯିବ । ମଦନମୋହନ, ରାକମୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡବ ନିଜ ନିଜ ବିମାନ ଓ ପାଲିଙ୍କିରେ ବିଜେ କରିବେ ।

ସେହିଭଳି ଆସନ୍ତାକାଲି ଅକ୍ଷୟ ତୃତୀୟାରେ ବିଧି ଓ ପରମ୍ପରା ମୁତାବକ ଆରମ୍ଭ ହେବ ରଥନିର୍ମାଣ କାମ । ହେଲେ ଏଥର ଶ୍ରୀମନ୍ଦିରରୁ ରଥଖଳାକୁ ଯିବନି ମହାପ୍ରଭୁଙ୍କ ଆଜ୍ଞାମାଳ । ଚାହାଣୀ ମଣ୍ଡପ ଓ ସ୍ନାନମଣ୍ଡପ ମଝାମଝି ସ୍ଥାନରେ ଆଜ୍ଞାମାନ ବିଜେ ପରେ ଅନୁକୂଳ ହେବ ରଥନିର୍ମାଣ କାମ । ସେହିଠାରେ ବିଶ୍ବକର୍ମ ମହାରଣାଙ୍କୁ ଆଜ୍ଞାମାଳ ପ୍ରଦାନ କରିବେ ୩ପୂଜାପଣ୍ଡା ।  ବନଯୋଗ ପଦ୍ଧତିରେ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ହୋମ କରାଯାଇ ନିର୍ମାଣ ଅନୁକୂଳ କରାଯିବ ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ ଶ୍ରୀମନ୍ଦିର ଭିତରେ ହିଁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ରଥ ଅନୁକୂଳ ନୀତି କରିବାକୁ ନିଷ୍ପତି ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଚ ମହାଦେବ କମିଟି, ପୂଜାପଣ୍ଡା, ମହାଜନ, ସ୍ତୋତ୍ରୀୟ ବାହ୍ମଣ, ମହରାଣା ସେବାୟତଙ୍କ ସହ ଆଲୋଚନା କରାଯାଇ ଆପୋଷ ସମନ୍ବୟ ଏବଂ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରିବାକୁ ସହମତି ହୋଇଛି ।

ଏବର୍ଷ ମହାମାରୀ କରୋନା ପାଇଁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଏବଂ ରଥ ଅନୁକୂଳ ନୀତିକୁ ଶ୍ରୀମନ୍ଦିର ଭିତରେ ହିଁ ସମ୍ପାଦନ କରାଯିବ । ପରମ୍ପରା ରକ୍ଷା ପାଇଁ କେବଳ ବିଧି ରକ୍ଷା କରିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ତେବେ ଆଗକୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଘୋଷଯାତ୍ରାର ରୂପରେଖ କ’ଣ ହେବ ତାହା ମେ ୩ ଲକ୍‌ଡାଉନ୍‌ ଅବଧି ସରିବା ପରେ ହି ନିଷ୍ପତି ନିଆଯିବ ।

   Related Posts