ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ, ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଭକ୍ତଙ୍କୁ ଛାଡିବାକୁ ଦାବି

Published By : Prameya-News7 Bureau | October 24, 2020 IST

ପୁରୀ ୨୪।୧୦: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ ପ୍ରଦର୍ଶନ । ମାର୍ଚ୍ଚ ୨୦ ରୁ କରୋନା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ବହୁ ଦୂରରୁ ବ୍ୟାରିକେଟ୍ ବାହାରୁ ପତିତପାବନଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ଅନ୍ତତଃ ଶ୍ରୀମନ୍ଦିର ନଖୋଲିବା ଯାଏଁ ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛାଡିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।

{"id":349876,"sizeSlug":"large"}

ଦୁଇଦିନ ମଧ୍ୟରେ ଭକ୍ତଙ୍କୁ ଏହି ସୁବିଧା ପ୍ରଦାନ କରାନଗଲେ ଭକ୍ତ ବାଧ୍ୟ ହୋଇ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଯିବେ ଓ ଆଗଶ୍ୟକ ପଡିଲେ ପୁରୀ ବନ୍ଦ କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ ଭକ୍ତଙ୍କ ପାଇଁ ନାଗାର୍ଜୁନ ବେଶ ଦର୍ଶନର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.