ପେନ୍-ଇନ ଯୁବ ପୁରସ୍କାର-୨୦୧୮ ପାଇଲେ ଶ୍ରୀଗୋବିନ୍ଦ , କବିତା ସଂକଳନ’ପାନପତ୍ର ଓ ସମୁଦ୍ର ମୁହାଁଣ ‘ପାଇଁ ହୋଇଥିଲେ ମନୋନୀତ

Published By : Prameya-News7 Bureau | February 15, 2019 IST

ଭୁବନେଶ୍ଵର ୧୫/୨- ପେନ-ଇନ ପକ୍ଷରୁ ୨୦୧୮ ମସିହା ପାଇଁ ମନୋନୀତ ପାଣ୍ଡୁଲିପି ‘ପାନପତ୍ର  ଓ ସମୁଦ୍ର ମୁହାଣ’ ପାଇଁ କବି ଶ୍ରୀଗୋବିନ୍ଦଙ୍କୁ ଦିଆଯାଇଛି ପେନ-ଇନ ଯୁବ ପୁରସ୍କାର । ଗତକାଲି ସୂଚନାଭବନ ଠାରେ ଆୟୋଜିତ ସମାରୋହରେ ଦିଆଯାଇଛି ଏହି ସମ୍ମାନଜନକ ପୁରସ୍କାର ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଉଦଘାଟକ ଭାବେ ବରିଷ୍ଠ ସାହିତ୍ୟିକ ବିଭୂତି ପଟ୍ଟନାୟକ, ମୁଖ୍ୟ ଅତିଥିଭାବେ ସାହିତ୍ୟିକ ତଥା ଗୀତିକାର ଦେବଦାସ ଛୋଟରାୟ, ମୂଖ୍ୟ ବକ୍ତାଭାବେ ସାହିତ୍ୟିକ ତଥା ଚିନ୍ତକ ହରପ୍ରସାଦ ଦାସ, ସାମ୍ବାଦିକ ତଥା ସାହିତ୍ୟିକ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ମିଡ଼ିଆ ଓ  ପେନ-ଇନର ଡ଼ାଇରେକ୍ଟର ଶୁଭ୍ରାଂଶୁ ପଣ୍ଡା ସଭାପତିତ୍ଵ କରିଥିଲେ ।

{"id":85567}

ଏହି ଅବସରରେ ୧୦୦ ଜଣ ଯୁବକବିଙ୍କୁ ନେଇ ‘ଶହେଦ୍ଵର ‘ଓଡ଼ିଆ କବିତା ସଂକଳନ ଓ ୫୦ ଜଣ ଯୁବକବିଙ୍କୁ ନେଇ ‘ମୁନଟାଇଡ଼’ ଇଂରାଜୀ କବିତା ସଂକଳନ ଅନାବରଣ କରାଯାଇଥିଲା ।

ଆୟୋଜିତ କବିତା ସଂପାନରେ ବରିଷ୍ଠ କବି ହୃଷିକେଶ ମଲ୍ଲିକଙ୍କ ସଭାପତିତ୍ଵରେ କବି ଶରତ କୁମାର ଦାଶ, ଶଙ୍କର ପରିଡ଼ା,ଭାରତ ମାଝୀ,କେଦାର ମିଶ୍ର, ଗାୟତ୍ରୀବାଳା ପଣ୍ଡା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଂପାନରେ ମଂଚକଥା ଆଦାୟ କରୁଥିଲେ କବି ଓ କଥାକାର ଅମରେଶ ବିଶ୍ଵାଳ ।

{"id":85568}

କାହାଣୀ ସଂପାନ କାର୍ଯ୍ୟକ୍ରମରେ କଥାକାର ଜ୍ୟୋତି ନନ୍ଦଙ୍କ ସଭାପତିତ୍ଵରେ କଥାକାର ପ୍ରକାଶ ମହାପାତ୍ର, ଆଭାସ କୁମାର ବରାଳ ବକ୍ତବ୍ୟ ରଖିଥିବାବେଳେ କବି ଓ କଥାକାର ପବିତ୍ର ମୋହନ କର ମଂଚକଥା ଆଦାୟ କରୁଥିଲେ ।

ଶେଷରେ ଆୟୋଜିତ କରାଯାଇଥିବା ବହୁଭାଷୀ କବିତା ପାଠୋତ୍ସବରେ ସଂଯୋଜନା କରିଥିଲେ ଅଗ୍ନିବେଶ ମହାପାତ୍ର ଓ ଗାୟତ୍ରୀ ମାଭୁରୁ । ଏହି ସଂପାନରେ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ବ୍ୟଙ୍ଗକବି କୁଳାଙ୍ଗାର, ସାମ୍ବାଦିକ ଦୁର୍ଗା ସାମନ୍ତରାୟ ଓ ଶିକ୍ଷାବିତ ରଜନୀକାନ୍ତ ତରାଇ ଯୋଗ ଦେଇଥିଲେ ।

ପେନ-ଇନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ବୋଲି ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯୁବକବି ଶ୍ରୀଗୋବିନ୍ଦ ଏହା ପୂର୍ବରୁ ମନ୍ଥନ ଯୁବ ପୁରସ୍କାର, ସାଳନ୍ଦୀ ବହିମେଳା ସମ୍ମାନ , ନିହାର କନ୍ୟା ଯୁବ ପ୍ରତିଭା ସମ୍ମାନ ପାଇଥିଲେ ।  ଶ୍ରୀଗୋବିନ୍ଦଙ୍କର ଅନ୍ୟାନ କବିତା ସଂକଳନ ମଧ୍ୟରେ ‘ମନ ମାନସାଙ୍କ’(୨୦୦୭) ‘କବିତା କକଟେଲ’(୨୦୦୯),’ଏକପଦୀ’(୨୦୧୪), ‘ପ୍ରେମର କୋଲାଜ୍’(୨୦୧୮) ପ୍ରକାଶିତ । ସେ ଓଡ଼ିଆ ସାହିତ୍ୟ ପତ୍ରିକା ‘ଅତଏବ ଅ’ ର ସଂପାଦନା ଦାୟିତ୍ଵରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.