Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସୁଧୁରୁଛି ଶିଳ୍ପପତି ଅନିଲ୍‌ ଅମ୍ୱାନୀଙ୍କ ଅର୍ଥନୈତିକ ସମସ୍ୟା, ସେୟାର ମୂଲ୍ୟ ୩ ମାସରେ ୧ ହଜାର ପ୍ରତିଶତ ବୃଦ୍ଧି

21/06/2021 at 10:13 PM

ନୂଆଦିଲ୍ଲୀ ୨୧/୬: ସୁଧୁରୁଛି ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ଅନିଲ୍‌ ଅମ୍ୱାନୀଙ୍କ ଅର୍ଥନୈତିକ ସମସ୍ୟା । ଗତ କିଛି ବର୍ଷ ଧରି ଅନେକ ସମସ୍ୟା ଦେଇ ଗତି କରୁଥିବା ଅନିଲ୍ ଅମ୍ବାନୀଙ୍କ କମ୍ପାନୀ ସମୁହ ପାଇଁ ଏବେ ଭଲ ଖବର ସାମ୍ନାକୁ ଆସିଛି । ଗତ ୩ ମାସରେ ଅନିଲ୍ ଅମ୍ବାନୀ ସମୁହ କମ୍ପାନୀର ବଜାର ପୁଞ୍ଜିକରଣରେ ୧୦୦୦ ପ୍ରତିଶତରୁ ମଧ୍ୟ ଅଧିକ ବୃଦ୍ଧି ହୋଇଛି ।

ଚଳିତ ବର୍ଷ ମାର୍ଚ୍ଚରେ ଅନିଲ୍ ଅମ୍ବାନୀଙ୍କ ରିଲାଏନ୍ସ ସମୂହର କମ୍ପାନୀମାନଙ୍କର ମାର୍କେଟ କ୍ୟାପ୍ ହ୍ରାସ ପାଇ ମାତ୍ର ୭୩୩ କୋଟି ଟଙ୍କାରେ ପହଞ୍ଚିଯାଇଥିଲା । କିନ୍ତୁ ଏବେ ଏହା ବୃଦ୍ଧି ପାଇ ୮,୨୮୮ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । କେବଳ ମେ ମାସରେ ଅନିଲ୍ ଅମ୍ବାନୀଙ୍କ ଗ୍ରୁପର କମ୍ପାନୀଗୁଡ଼ିକର ବଜାର ପୁଞ୍ଜିରେ ୩୮୯୦ କୋଟି ଟଙ୍କା ବୃଦ୍ଧି ହୋଇଛି ।

ସେୟାର ବଜାରରେ କେବଳ ଗତ ୩ ମାସରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର, ରିଲାଏନ୍ସ ପାୱର ଓ ରିଲାଏନ୍ସ କ୍ୟାପିଟାଲର ବଜାର ପୁଞ୍ଜିରେ ୧୦୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଆସିଛି । ରିଲାଏନ୍ସ ପାୱରର ମାର୍କେଟ୍ ପ୍ୟାପ୍ ବୃଦ୍ଧି ପାଇ ୪୭୮୦ କୋଟି ଟଙ୍କା, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ପ୍ରାୟ ୨୮୧୪ କୋଟି ଟଙ୍କା ଓ ରିଲାଏନ୍ସ କ୍ୟାପିଟାଲର ପ୍ରାୟ ୬୯୪ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ଛୋଟ ନିବେଶକଙ୍କୁ ମଧ୍ୟ ଫାଇଦା
କହିରଖୁଛୁ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର, ରିଲାଏନ୍ସ ପାୱର ଓ ରିଲାଏନ୍ସ କ୍ୟାପିଟାଲରୁ ପ୍ରାୟ ୫୦ ଲକ୍ଷ ଛୋଟ ନିବେଶକଙ୍କ ପଇସା ଲାଗିଛି । ତେଣୁ ଏହା ବଢିବା ଫଳରେ ସେମାନଙ୍କୁ ମଧ୍ୟ ଫାଇଦା ହୋଇଛି । ରିଲାଏନ୍ସ ପାୱରରେ ପ୍ରାୟ ୩୩ ଲକ୍ଷ ଛୋଟ ନିବେଶକ, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରରେ ୯ ଲକ୍ଷ ଛୋଟ ନିବେଶକ ଓ ରିଲାଏନ୍ସ କ୍ୟାପିଟାଲରେ ୮ ଲକ୍ଷ ଛୋଟ ନିବେଶକ ଯୋଡି ହୋଇଛନ୍ତି ।

   Related Posts