Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏ ବର୍ଷ ହେବ ନାହିଁ ବାବା ବୈଦ୍ୟନାଥ ଏବଂ ବାସୁକିନାଥ ଧାମରେ ଶ୍ରାବଣୀ ମେଳା

21/07/2021 at 12:56 PM

ନୂଆଦିଲ୍ଲୀ ୨୧/୦୭ : ବିଶ୍ୱ ମହାମାରୀ କୋରାନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ପାଇଁ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ବାବା ବୈଦ୍ୟନାଥ ଧାମ ଏବଂ ବାବା ବାସୁକିନାଥ ଧାମରେ ​​ଶ୍ରାବଣୀ ମେଳା ଆୟୋଜିତ ହେବ ନାହିଁ।

ସନ୍ଥାଲ ପରଗାନା ଅଞ୍ଚଳର ପୋଲିସର ଡେପୁଟି ଇନ୍ସପେକ୍ଟର ସୁଦର୍ଶନ ପ୍ରସାଦ ମଣ୍ଡଳ ମଙ୍ଗଳବାର ଦିନ ଝାଡଖଣ୍ଡ ଏବଂ ବିହାରର ସୀମାନ୍ତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ କହିଛନ୍ତି ଯେ କୋରାନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସିଦ୍ଧ ତୀର୍ଥସ୍ଥାନ ବାବା ବୈଦ୍ୟନାଥ ଧାମ ଏବଂ ବାବା ବସୁକିନାଥ ଧାମ ସ୍ଥିତ ମନ୍ଦିରରେ ଶ୍ରାବଣ ମାସରେ ଅନୁଷ୍ଠିତ ଶ୍ରାବଣୀ ମେଳାରେ ଲୋକଙ୍କ ପ୍ରବେଶକୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମଣ୍ଡଳ କହିଛନ୍ତି ଯେ ସରକାରଙ୍କ ଆଦେଶକୁ ଦୃଷ୍ଟିରେ ରଖି ସନ୍ଥାଲ ପରଗାନାର ଏହି ଦୁଇଟି ତୀର୍ଥସ୍ଥାନରେ ଯେପରି କୌଣସି ଜନସମାଗମ ନହେଉ ସେଥିଲାଗି ବ୍ୟାପକ ପ୍ରଚାର ପାଇଁ ଝାଡଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗର ସୀମାନ୍ତ ଜିଲ୍ଲାରେ ଏକ ଜୋରଦାର ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମନ୍ଦିର ଖୋଲିବା ଏବଂ ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ସମ୍ବନ୍ଧୀୟ କୌଣସି ନୂତନ ନିର୍ଦ୍ଦେଶନାମା ନଆସିଛି, ସେପର୍ଯ୍ୟନ୍ତ କୌଣସି ଭକ୍ତ ଏହି ତୀର୍ଥସ୍ଥାନକୁ ଆସିବେ ନାହିଁ ଏବଂ ଘରେ ରହି ବାବା ଭୋଳେନାଥଙ୍କୁ ପୂଜା କରିବେ ।

   Related Posts