Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ନିଜଠୁ ୨୧ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଶ୍ରଦ୍ଧା : ଜାଣନ୍ତୁ କିଏ ତାଙ୍କ ସ୍ବପ୍ନର ରାଜକୁମାର

2/03/2019 at 12:15 PM

ମୁମ୍ବାଇ ୨/୩: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ତ ଆପଣ ଜାଣିଥିବେ। ଶ୍ରଦ୍ଧା କପୁର ବଲିଉଡରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଅଭିନୟ ଫ୍ୟାନଙ୍କୁ ଆକୃଷ୍ଟ କରିଥାଏ। ଯେକୈାଣସି ଅବସର ହୋଇଥାଉନା କାହିଁକି ଶ୍ରଦ୍ଧା ସବୁବେଳେ ଗ୍ଲାମରସ୍ ଲୁକରେ ନଜର ଆସିଥାଆନ୍ତି। କିନ୍ତୁ ଆଜି ଆମେ ଜାଣିବା ଶ୍ରଦ୍ଧା କପୁର ନିଜଠୁ ବଡ଼ ଏହି ଅଭିନେତାଙ୍କୁ ଭଲପାଇ ବସିଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାରରେ ଶ୍ରଦ୍ଧା କପୁର କହିଥିଲେ ସେ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଫ୍ୟାନ୍। ଏହା ସହ ସେ ଏହା ମଧ୍ୟ କହିଥିଲେ ସେ ସଲମାନ ଖାନଙ୍କ ଉପରେ ଫିଦା। ଯେତେବେଳେ ଶ୍ରଦ୍ଧାଙ୍କୁ ପଚରାଯାଇଥିଲା ଯେ ସେ କେଉଁଭଳି ପୁଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଶ୍ରଦ୍ଧା ଏହାର ଉତ୍ତରରେ କହିଥିଲେ ଯେ ଯିଏ ବହୁତ ଭଲ ହୋଇଥିବ ଏବଂ ସମସ୍ତଙ୍କୁ ସମ୍ମାନ ଦେଉଥିବ ଏବଂ ବିବାହ ଭଳି ବନ୍ଧନକୁ ଭଲ ଭାବେ ବୁଝିପାରୁଥିବ ଠିକ୍ ସେହିପରି ପୁଅଙ୍କୁ ସେ ବିବାହ କରିବେ। ଏବଂ ସେସବୁ ଗୁଣ ସଲମାନ ଖାନଙ୍କ ଭିତରେ ରହିଛି।

ଏହି ସାକ୍ଷାତକାର ପାଇଁ ଶ୍ରଦ୍ଧା ଖୁବ୍ ଚର୍ଚ୍ଚାରେ ଅଛନ୍ତି କାରଣ ତାଙ୍କ ଫ୍ୟାନ୍ ଖୁସି ଅଛନ୍ତି ଯେ ସେ ସଲମାନଙ୍କ ଉପରେ ଫିଦା। ବାସ୍ତବରେ ଶ୍ରଦ୍ଧା ସଲମାନଙ୍କୁ ବହୁତ ପସନ୍ଦ କରନ୍ତି। ଏବେ ଦେଖିବାକୁ ବାକି ରହିଲା ସଲମାନ ଖାନ୍ ତାଙ୍କ ପ୍ରଶ୍ନର କ’ଣ ଉତ୍ତର ଦେଉଛନ୍ତି।

   Related Posts