Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠାଙ୍କୁ ବିବାହ କରିବେ ଶ୍ରଦ୍ଧା କପୁର?

23/03/2019 at 10:49 AM

ମୁମ୍ବାଇ ୨୩/୩: ଶ୍ରଦ୍ଧା କପୁର ବର୍ତ୍ତମାନ ୩ଟି ଫିଲ୍ମର ବ୍ୟାକ୍ ଟୁ ବ୍ୟାକ୍ ସୁଟିଂ କାମରେ ବ୍ୟସ୍ତ ଅଛନ୍ତି। ସେ ୩ଟି ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନସର’,‘ଛିଛୋରେ’ ଏବଂ ‘ସାହୋ’ରେ ନଜର ଆସିବେ। ଏବେ ଶ୍ରଦ୍ଧାଙ୍କ ପ୍ରଫେସନାଲ୍ ଲାଇଫ୍ ବ୍ୟତୀତ ପର୍ସନାଲ ଲାଇଫ ମଧ୍ୟ ଚର୍ଚ୍ଚାରେ ରହିଛି। ତାଙ୍କ ନାଁ ବର୍ତ୍ତମାନ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ଯୋଡ଼ାଯାଉଛି। ନିକଟରେ ଶ୍ରଦ୍ଧା ରୋହନଙ୍କ ସହ ସମ୍ପର୍କକୁ ଅସ୍ବୀକାର କରିଥିଲେ କିନ୍ତୁ ଏବେ ସୂଚନା ମିଳିଛି ଯେ ଶ୍ରଦ୍ଧା ଏବଂ ରୋହନ ତାଙ୍କ ସମ୍ପର୍କକୁ ନେଇ ସିରିୟସ ଅଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ ମଧ୍ୟ କରି ପାରନ୍ତି। କିନ୍ତୁ ସେମାନେ କେବେ ବିବାହ କରିବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ।

ଶ୍ରଦ୍ଧା କପୁରଙ୍କ ବାପା ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଇଚ୍ଛା ଶ୍ରଦ୍ଧା ଆସନ୍ତା କିଛି ବର୍ଷ ମଧ୍ୟରେ ବିବାହ କରି ନିଜର ସଂସାର କରନ୍ତୁ। ଏବେ ଦେଖିବାକୁ ବାକି ରହିଲା ଶ୍ରଦ୍ଧା କେବେ ତାଙ୍କ ବାପାଙ୍କ ଇଚ୍ଛା ପୂରଣ କରୁଛନ୍ତି। ଏହା ପୂର୍ବରୁ ଶ୍ରଦ୍ଧା ଫରହାନ ଅଖତରଙ୍କୁ ଡେଟ୍ କରୁଥିଲେ କିନ୍ତୁ ଶକ୍ତି କପୁର ଏହି ସମ୍ପର୍କକୁ ନେଇ ଖୁସି ନଥିଲେ। ପରିବାରଲୋକେ ଅସନ୍ତୁଷ୍ଟ ଥିବାରୁ ଶ୍ରଦ୍ଧା ଏହି ସମ୍ପର୍କୁ ଆଉ ଆଗକୁ ବଢ଼ାଇନଥିଲେ।

   Related Posts