Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସିବିଡି ଅଏଲ ପ୍ରଶ୍ନରେ ଚୁପ୍ ରହିଲେ ଶ୍ରଦ୍ଧା, ସୁଶାନ୍ତଙ୍କ ଉପରେ ଦୋଷ ଲଦିଲେ, କହିଲେ- ସୁଶାନ୍ତ ସେଟରେ ନେଉଥିଲେ ଡ୍ରଗ୍ସ

26/09/2020 at 4:59 PM

ମୁମ୍ବାଇ ୨୬/୦୯: ବଲିଉଡ୍ ଡ୍ରଗ୍ସ ମାମଲାରେ ଆଜିର ଦିନ ଥିଲା ଖୁବ୍ ଗୁରୁତ୍ବପୂଣ୍ର୍ଣ। ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପରୁ ଓ ସାରା ଅଲ୍ଲୀ ଖାନଙ୍କୁ ଜେରା କରିଛି। ଇତି ମଧ୍ୟରେ ଦୀପିକାଙ୍କ ଜେରା ସରିଛି। ଏନସିବି ସମନ ପାଇବା ପରେ ଶ୍ରଦ୍ଧା ଆଜି ୧୨ଟା ୩୦ରେ ଏନସିବି ଅଫିସରେ ଉପସ୍ଥିତ ହୋଇଥିଲେ। ସୂତ୍ର ଅନୁସାରେ ଏନସିବି ସାମ୍ନାରେ ଶ୍ରଦ୍ଧା ମୁହଁ ଖୋଲି ଥିଲେ ହେଁ ସବୁ ଦୋଷ କୁଆଡେ ସୁଶାନ୍ତ ସିଂହ ରାଜପୁତଙ୍କ  ଉପରେ ଲଦିଛନ୍ତି।

ପଚରାଉଚରା ବେଳେ ଶ୍ରଦ୍ଧା କହିଛନ୍ତି ଯେ ସେ ସୁଟିଂ ସମୟରେ ସୁଶାନ୍ତଙ୍କୁ ଭ୍ୟାନିଟି ଭ୍ୟାନ ଓ ସେଟରେ ଡ୍ରଗ୍ସ ସେବନ କରୁଥିବା ଦେଖିଛନ୍ତି। ମାତ୍ର ନିଜେ ଡ୍ରଗ୍ସ ସେବନ କରୁ ନ ଥିବା ରୋକଠୋକ ମନା କରିଛନ୍ତି। ‘ଛିଛୋରେ’ ଫିଲ୍ମ ରିଲିଜ ପରେ ସୁଶାନ୍ତଙ୍କ ପାବନା ହାଉସରେ ପାର୍ଟି ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ସୋମନେ ବୋଟରେ ଆଇଲାଣ୍ଡ ଯାଇଥିଲେ। ସେଠାରେ ଡ୍ରଗ୍ସ ଓ ଆଲକହଲ ପାର୍ଟି ହୋଇଥିଲା। ଗୀତ ବଜାଇ ମଜାମସ୍ତିରେ ପାର୍ଟି କରିଥିବା କହିଛନ୍ତି ଶ୍ରଦ୍ଧା।

ପାର୍ଟିରେ ଡ୍ରଗ୍ସ ଓ ମଦ ଦିଟାଯାକ ଥିଲା ହେଲେ ସେଥିରୁ କିଛି ହେଲେ ଶ୍ରଦ୍ଧା ସେବନ କରି ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି ଯଦି ସେ ଡ୍ରଗ୍ସ ନିଅନ୍ତି ନାହିଁ ତେବେ ଜୟା ଶାହଙ୍କୁ ସିବିଡି ଅଏଲ ମାଗିଥିଲେ କାହିଁକି? ଏ ବାବଦରେ ଏନସିବି ତାଙ୍କୁ ପ୍ରଶ୍ନ କରିବାରୁ ଶ୍ରଦ୍ଧା କିଛି ନ କହି ଚୁପ୍ ରହିଲେ। ଅର୍ଥାତ୍ ସିବିଡି ଅଏଲ ବାବଦରେ ମୁହଁ ଖୋଲିଲେ ନାହିଁ ଶ୍ରଦ୍ଧା। ସୂଚନାଯୋଗ୍ୟ ଜୟା ଶାହ ଓ ଶ୍ରଦ୍ଧାଙ୍କ ଚାର୍ଟ ସାମ୍ନାକୁ ଆସିଥିଲା ଓ ସେଥିରେ ଶ୍ରଦ୍ଧା ସିବିଡି ଅଏଲ ମାଗିଥିବା ସ୍ପଷ୍ଟ ହୋଇଥିଲା।

   Related Posts