ଶ୍ରଦ୍ଧା କପୁରଙ୍କ ବ୍ଲାକ ଏଣ୍ଡ ହ୍ବାଇଟ୍‌ ଆଉଟ୍‌ଫିଟ୍ ପୋଜ୍ ଭାଇରାଲ… ଫ୍ୟାନ୍ସ ଦିୱାନା

Published By : Prameya-News7 Bureau | December 20, 2019 IST

ମୁମ୍ବାଇ୨୦|୧୨: ଶ୍ରଦ୍ଧା କପୁର ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯିଏ ୨୦୧୮ ଓ ୨୦୧୯ ମସିହାରେ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଚଳିତ ବର୍ଷ ଶ୍ରଦ୍ଧା ଛିଛୋରେ, ସାହୋ, ସ୍ତ୍ରୀ ଭଳି ସଫଳ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ୨୦୧୦ ମସିହାରେ ହିନ୍ଦି ସିନେମା ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ବେଶ ଚର୍ଚ୍ଚାରେ ରୁହନ୍ତି।

{"id":200152,"width":562,"height":652,"sizeSlug":"large"}

୨୦୧୩ ମସିହାର ଆଶିକୀ ଫିଲ୍ମ ସୁପରହିଟ୍‌ ହେହ ପରେ ଶ୍ରଦ୍ଧା ଲୋକଙ୍କ ଦିଲ୍‌ରେ ରାଜ କରିବାକୁ ଲାଗିଲେ।ତେବେ ୨୦୨୦ ମସିହାରେ ଶ୍ରଦ୍ଧା ବରୁନ ଧୱନଙ୍କ ସହ'ଷ୍ଟ୍ରୀଟ୍‌ ଡ୍ୟାନସର ୩ଡି'ରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି।ଡ୍ୟାନ୍ସ ନିଶା ଓ ଦେଶଭକ୍ତିର କାହାଣୀ ଉପରେ ଅଧାରିତ ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ଧମାଲ କରୁଛି। ରେମୋ ଡିସୁାଙ୍କର ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ରିଲିଜ ହେବାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି।ବରୁନ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଫିଲ୍ମରେ ନୋରା ଫତେହି ମଧ୍ୟ ନିଜର ଆସିବେ।

{"id":200153,"width":530,"height":860,"sizeSlug":"large"}

ନିକଟରେ 'ଷ୍ଟ୍ରୀଟ୍‌ ଡ୍ୟାନସର ୩ଡି'ର ଏକ ପ୍ରମୋସନରେ ଶ୍ରଦ୍ଧାଙ୍କ ଲୁକ୍‌ ଖୁବ ଭାଇରାଲ ହୋଇଛି। ଏହି ଡ୍ରେସରେ ଶ୍ରଦ୍ଧା ବହୁତ ସୁନ୍ଦର ଲାଗୁଥିଲେ।ତାଙ୍କର ଏହି ବ୍ଲାକ ଏଣ୍ଡ ହ୍ବାଇଟ୍‌ ଡ୍ରେସର ଗେଟ୍‌ ଅପ୍‌ ଦେଖି ଦର୍ଶକ ତାଙ୍କ ଦିୱାନା ହୋଇଛନ୍ତି। 'ଷ୍ଟ୍ରୀଟ୍‌ ଡ୍ୟାନସର ୩ଡି' ସହ ଶ୍ରଦ୍ଧା ବାଗି ୩ରେ ମଧ୍ୟ ଅଭିନୟ କରିବେ। ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ବିପକ୍ଷରେ ଅଭିନେତା ଟାଇଗର ଶ୍ରଫ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.