ଶ୍ରଦ୍ଧା କପୁରଙ୍କୁ ହେଲା ଏହି ଭୟଙ୍କର ରୋଗ, ଜାଣନ୍ତୁ କଣ

Published By : Prameya-News7 Bureau | September 24, 2019 IST

ମୁମ୍ବାଇ୨୪|୯: ବରିଷ୍ଠ ଅଭିନେତା ତଥା ବଲିଉଡ ଖଳନାୟକ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା ୧୯୮୭ ମସିହା, ମାର୍ଚ୍ଚ ୩ ତାରିଖ ମହାରାଷ୍ଟ୍ରରରେ ଜନ୍ମ ହୋଇଥିଲା। ଅଭିନୟ ସହ ଭଲ ଗୀତ ମଧ୍ୟ ଗାଆନ୍ତି ଏହି ବଲିଉଡ ଅଭିନେତ୍ରୀ। ୨୦୧୦ ମସିହାରେ ଶ୍ରଦ୍ଧା କପୁର ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲା।

{"id":161886}

ତିନ୍‌ ପତି ଫିଲ୍ମରେ ବ୍ରିଫ ରୋଲରେ ଅଭିନୟ କରିଥିଲେ ଶ୍ରଦ୍ଧା। ୨୦୧୧ ମସିହାରେ ଲଭ କା ଦି ଏଣ୍ଡରେ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଆଶିକୀ ଫିଲ୍ମ ସୁପରହିଟ୍‌ ହେଲା ପରେ ଶ୍ରଦ୍ଧା ଲୋକଙ୍କ ଦିଲ୍‌ରେ ରାଜ କରିଥିଲେ। ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଦୁଇଟି ସୁପରହିଟ୍‌ ଫିଲ୍ମ ଛିଛୋରେ ଓ ସାହୋରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ରଦ୍ଧା ଗତ କିଛି ବର୍ଷରୁ ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି।

{"id":161887}

ଶ୍ରଦ୍ଧା କେଉଁ ରୋଗର ଶୀକାର ହୋଇଛନ୍ତି ସେ ନିଜେ ପ୍ରକାଶ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଶ୍ରଦ୍ଧା କହିଛନ୍ତି ଯେ, ଗତ ୬ ବର୍ଷରୁ ସେ ଏଂନଜାଇଟି (Anxiety) ରୋଗରେ ପୀଡିତ ଅଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଜଣା ନଥିଲା ଏନଜାଇଟୀ କାହାକୁ କୁହାଯାଏ। ଲମ୍ବା ସମୟ ଯାଏଁ ଶ୍ରଦ୍ଧା ଏହି ବିଷୟରେ ଜାଣିପାରୁନଥିଲେ।

{"id":161888}

ଆଶିକୀ-୨ ଫିଲ୍ମ ପରଠୁ ସେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ କଷ୍ଟ ହେଉଥିଲା ହେଲେ ଟେଷ୍ଟ କରିବା ପରେ ଡାକ୍ତରୀ ରିପୋର୍ଟରେ କୌଣସି ରୋଗ ସାମ୍ନାକୁ ଆସୁନଥିଲା। ଏହା ଅଦ୍ଭୁତ ଥିଲା ସତ ହେଲେ ତାଙ୍କୁ ଅନେକ କଷ୍ଟ ହେଉଥିଲା। ତାପରେ ଡାକ୍ତରଙ୍କ ସହ ପରାମର୍ଶ ପରେ ଜାଣିଥିଲେ ଯେ, ତାଙ୍କର ଏନଜାଇଟି ସିଣ୍ଡ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.