Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବଲିଉଡ୍ ଡ୍ରଗ୍ସ ଖିଅ ଖୋଜୁଛି ଏନସିବି, ଦୀପିକା ଓ ଶ୍ରଦ୍ଧାଙ୍କୁ ଚାଲିଛି ଜେରା, ଏବେ ଅପେକ୍ଷା ସାରା ଅଲ୍ଲୀ ଖାନଙ୍କୁ

26/09/2020 at 1:18 PM

ନୂଆଦିଲ୍ଲୀ ୨୬/୦୯: ବଲିଉଡ୍ ଡ୍ରଗ୍ସ ମାମଲାର ଅଡୁଆ ଖିଅ ପାଖରେ ପହଞ୍ଚିବା ପାଇଁ ଏନସିବିର ତଦନ୍ତ ଜାରି ରହିଛି। ଡ୍ରଗ୍ସ ମାମଲାରେ ଆଗଧାଡ଼ିର ଅଭିନେତା ତଥା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ଜଣ ଜଣଙ୍କ ଜେରା ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ସକାଳେ ଅଭିନେତ୍ରୀ ଦୀପିକା ପାଦୁକୋନ ପହଞ୍ଚିଥିଲେ ଏନସିବି ଗେଷ୍ଟ ହାଉସରେ। ତା’ପରେ ଆରମ୍ଭ ହୋଇଛି ତାଙ୍କର ଜେରା।

୩-୪ ରାଉଣ୍ଡରେ ଏନିସିବିର ୫ ଜଣିଆ ଟିମ ପଚରାଉଚରା କରୁଛି ଦୀପିକାଙ୍କୁ। ଏହା ସହ ଦୀପିକାଙ୍କ ଫୋନ୍ ମଧ୍ୟ ଜବତ କରିଛି ଏନସିବି। ଆସନ୍ତାକାଲି ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ଜେରା କରିଥିବା ବେଳେ ଆଜି ପୁଣି ଥରେ ଜେରା ପାଇଁ ପହଞ୍ଚିଛନ୍ତି କରିଶ୍ମା। କରିଶ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ଜେରା କରି ଡ୍ରଗ୍ସ ଚାଟର ଖୁଲାସା କରିବ ଏନସିବି।

ଇତିମଧ୍ୟରେ ଏନସିବି ସମନ ଅନୁସାରେ ଶ୍ରଦ୍ଧା କପୁର ଏନସିବି କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି। ଏହା ସହ ତାଙ୍କର ମଧ୍ୟ ଜେରା ଆରମ୍ଭ ହୋଇଛି। ଡ୍ରଗ୍ସ ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନକୁ ସାମ୍ନା କରିବେ ଶ୍ରଦ୍ଧା। ଏହା ସହ ସାରା ମଧ୍ୟ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି। ସାରାଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିବାର ଯୋଜନା କରିଛି ଏନସିବି। ତାଙ୍କୁ ସୁଶାନ୍ତି ସିଂହ ରାଜପୁତଙ୍କ ସହ ବନ୍ଧୁତା, ଥାଇଲାଣ୍ଡ ଟ୍ରିପ୍  ଡ୍ରଗ୍ସ କାରବାର ବାବଦରେ ପ୍ରଶ୍ନ କରାଯିବ।

   Related Posts