Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଚଢା ବିଲ୍ ଦେଇ ଫାଇନ୍ ଗଣିଲେ ଗାଡି ସୋ’ରୁମ୍ ମାଲିକ, ୧୬୦ ନେଇଥିଲେ ୫୧୬୦ ଗଣିଲେ

17/07/2021 at 1:40 PM

ଦାରିଙ୍ଗବାଡ଼ି ୧୭।୦୭: ମହଙ୍ଗା ପଡିଲା ଗ୍ରାହକଙ୍କୁ ଠକିବା । ବାଇକ୍‌ ସୋରୁମ ମାଲିକ ଗଣିଛନ୍ତି ୫ହଜାର ଟଙ୍କାର ଜୋରିମାନା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ଅନୁଯାୟୀ,  ଗତ ୩ ତାରିଖ ଦିନ ସମାଜସେବୀ ଦୀନବନ୍ଧୁ ମହାରଣା ନିଜର ଦୁଇଟି ବାଇକର ଅଏଲ ବଦଳାଇବା ପାଇଁ ସୋରୁମକୁ ଯାଇଥିଲେ । ସୋରୁମରେ ଅଏଲ ବଦଳାଇବା ନାଁରେ ଆବଶ୍ୟକ ନଥିବା ଦୁଇଟି ନଟ ବାଇକରେ ଲଗାଇଥିଲେ । ଏହାସହ ଅଏଲ ବୋତଲର ଧାର୍ଯ୍ୟ ହୋଇଥିବା ପ୍ରିଣ୍ଟ ମୂଲ୍ୟ ଠାରୁ ଅଧିକ ଟଙ୍କା  ଚାର୍ଜ କରିଥିଲେ ।

କେବଳ ଏତିକି ନୁହେଁ , ବରଂ ନିଜର ପାରିଶ୍ରମିକ ମୂଲ୍ୟ ସହ ୭୭୦ ଟଙ୍କାର ବିଲ ଦେଇଥିଲା। ଯେଉଁଥିରେ ୧୬୦ ଟଙ୍କା ଅଧିକ ଚାର୍ଜ କରାଯାଇଥିଲା  । ଏନେଇ ପଚାରିବାରୁ ଗ୍ରାହକଙ୍କୁ ସୋରୁମର ମ୍ୟାନେଜର  ଦୁର୍ବ୍ୟବହାର କରିଥିବା ଦୀନବନ୍ଧୁ ଅଭିଯୋଗ କରିଥିଲେ । ଗ୍ରାହକ ଦୀନବନ୍ଧୁ ମହାରଣା ଏନେଇ ଜିଲ୍ଲା ଖାଉଟି ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଥିଲେ । ଅଭିଯୋଗର ବିଚାର କରି ତାଙ୍କୁ କ୍ଷତିପୂରଣ ସ୍ୱରୂପ ୫୧୬୦ ଟଙ୍କା ଦେବା ପାଇଁ ଆଦେଶ କରିଛନ୍ତି ଖାଉଟି ଅଦାଲତ ।

   Related Posts