ସୋରୁମ୍ କର୍ମଚାରୀଙ୍କ ଆତ୍ମହତ୍ୟା: ଜିଲ୍ଲା କଂଗ୍ରେସ ଦେଲା ଅଲିଟିମେଟମ୍, ୭୨ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କର

Published By : Prameya-News7 Bureau | July 03, 2020 IST

ଭଦ୍ରକ୩/୭: ସୋରୁମ୍‌ରେ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାରେ କଂଗ୍ରେସର ପ୍ରତିବାଦ। ୭୨ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନକଲେ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବ ବୋଲି ଜିଲ୍ଲା କଂଗ୍ରେସ ଚେତାବନୀ ଦେଇଛି। ଏ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରଦେଶ କଂଗ୍ରେସ ମିଡ଼ିଆ କମିଟି ଅଧକ୍ଷ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ଭଦ୍ରକ ସହରରେ ଥିବା ସଂଗୀତା ମୋଟର୍ସର କର୍ମଚାରୀ ଆତ୍ମହତ୍ୟା କରିଥିବା ବେଳେ ଶେଷ ଚିଠିରେ ମାଲିକଙ୍କ ନାମ ସହ ସେ କେମିତି ମାଲିକଙ୍କ ଦ୍ଵାରା ନିର୍ଯାତନାର ଶିକାର ହେଉଥିଲେ  ସେ ସଂପର୍କରେ ଉଲ୍ଲେଖ ରହିଛି।

ଘଟଣାକୁ ୩ ଦିନ ବିତିଥିଲେ ମଧ୍ୟ ସୋରୁମ୍‌ ମାଲିକଙ୍କୁ ପୋଲିସ ଗିରଫ କରିନାହିଁ । ଅନ୍ୟପଟେ ଜିଲ୍ଲାରେ ଡ୍ରଗ୍ସ ଓ ମଦ ବ୍ୟବସାୟ ବଢ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପୋଲିସ ସମ୍ଭାଳି ପାରୁନଥିବା ଅଭିଯୋଗ କରିଛି କଂଗ୍ରେସ । ତେଣୁ ଏହି ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ବୋଲି କହିଛି କଂଗ୍ରେସ । ୭୨ ଘଣ୍ଟା ମଧ୍ୟରେ ଯଦି ପୋଲିସ ସୋରୁମ୍‌ ମାଲିକଙ୍କୁ ଗିରଫ ନ କରେ ତେବେ କଂଗ୍ରେସ ଏସପିଙ୍କ ଅଫିସ ଘେରାଉ କରିବା ସହ ରାଜରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.