କାଶ୍ମୀରକୁ ଦର୍ଶାଇଲେ ଭାରତର ଅଂଶ: ସତ ହଜମ ହେଲାନି, ଦୁଇ ଅଧିକାରୀଙ୍କୁ ବହିଷ୍କାର କଲା ପାକିସ୍ତାନ ଚ୍ୟାନେଲ

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨।୦୬: ଖବର ପ୍ରସାରଣ ବେଳେ ପାକିସ୍ତାନର ଏକ ଚ୍ୟାନେଲ୍ କାଶ୍ମୀରକୁ ଭାରତର ଅଂଶ ଦର୍ଶାଇଛି। ଏହାକୁ ନେଇ ପାକିସ୍ତାନରେ ହଙ୍ଗାମା ସୃଷ୍ଟି ହୋଇଛି। ସତ କଥା ତା ପୁଣି ନ୍ୟୁଜ୍ ଚ୍ୟାନେଲରେ ପ୍ରସାରଣକୁ ହଜମ କରି ପାରିନି ଆତଙ୍କୀ ଦେଶ ପାକିସ୍ତାନ। କାଶ୍ମୀରକୁ ଭାରତର ଅଂଶ ଦେଖାଇବା ପରେ ପାକିସ୍ତାନର ସରକାରୀ ଚ୍ୟାନେଲ ପିଟିଭି ନ୍ୟୁଜ୍ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ଦାୟୀ ଦୁଇ ଅଧିକାରୀଙ୍କୁ ଚ୍ୟାନେଲ ବାହାରର ରାସ୍ତା ଦେଖାଇଛି।

ଉଲ୍ଲେଖଯୋଗ୍ୟ, ଏହି ଘଟଣା ଜୁନ ୬ରେ ଘଟିଛି। ପାକିସ୍ତାନର ସରକାରୀ ଚ୍ୟାନେଲ୍ ପିଟିଭି ପିଓକେର ଜନସଂଖ୍ୟା ବିଷୟରେ ସୂଚନା ଦେଇ କାଶ୍ମୀରକୁ ଭାରତର ଅଂଶ ଦର୍ଶାଇଥିଲା। ଏହାର ପ୍ରସାରଣ ସହିତ ପାକିସ୍ତାନରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା।

{"id":285345,"width":580,"height":397,"sizeSlug":"large"}

ପାକିସ୍ତାନ ସଂସଦରେ ମଧ୍ୟ ଜୁନ ୮ରେ ଏହି ପ୍ରସଙ୍ଗ ଉଠାଯାଇଥିଲା। ଏହା ପରେ ସିନେଟ୍‌ର ସଭାପତି ସାଦିକ ସଞ୍ଜରାନୀ ଏହି ପ୍ରସଙ୍ଗରେ  ସୂଚନା ଓ ପ୍ରସାରଣର ସ୍ଥାୟୀ ସମିତିକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରିପୋର୍ଟ ପ୍ରଦାନ  କରିଥିଲେ।

ପିଟିଭି ନିଜର ଏକ ଟ୍ଵିଟ୍‌ରେ କହିଛି ଯେ, ଜୁନ ୬ରେ ପାକିସ୍ତାନର ନକ୍ସାକୁ ଭୁଲ୍ ଭାବେ ଦର୍ଶା ଯାଇଥିବା ମାମଲାର ଯାଞ୍ଚ ପାଇଁ ସମିତି ଗଠନ କରାଯାଇଛି। ସମିତିର ସୁପାରିଶ କ୍ରମେ କଡା କାର୍ଯ୍ୟାନୁଷ୍ଠାନନ ନେଇ ପିଟିଭି ପ୍ରବନ୍ଧନ ଦୁଇ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି।

{"id":285346,"sizeSlug":"large"}

ଚ୍ୟାନେଲ୍‌ ଅଧିକାରୀଙ୍କ ନାମ ସାର୍ବଜନୀନ କରିନଥିଲେ ବି ଏତିକି କହିଛି ଯେ, ଏହି ଧରଣର ଅବହେଳା କଦାପି ବରଦାସ୍ତ କରାଯାଇ ପାରିବ ନାହିଁ ଏବଂ ଏହା ଆମର ନୀତି। ଏହା ପୂର୍ବରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଓ ମାନବାଧୀକାର ମନ୍ତ୍ରୀ ଶିରିନ ମଜାରୀ ମଧ୍ୟ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.