ସୁଶାନ୍ତ ସିଂହ ମାମଲା: ଡ୍ରଗ୍ସ କନେକ୍ସନରେ ରିୟାଙ୍କ ଭାଇ ସୌଭିକ ଓ ମ୍ୟାନେଜର ସାମୁଏଲ ଗିରଫ

Published By : Prameya-News7 Bureau | September 04, 2020 IST

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ନେଉଛି ନୂଆ ମୋଡ଼। ପ୍ରତିଦିନ ମାମଲାରେ ନୂଆ ନୂଆ ଦିଗ ବାହାରୁଥିବା ବେଳେ ଆଜି ପୁଣି ଆସିଛି ଏକ ବଡ଼ ଖବର । ସୁଶାନ୍ତ ସିଂହ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ହେଉଥିବା ତଦନ୍ତରେ ଅଗ୍ରଗତି ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ।

ଏହାସହ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରିଛି ଏନସିବି । ଆଜି ୯ ଘଣ୍ଟା ଜେରା ପରେ ଉଭୟଙ୍କୁ ଗିରଫ କରିଛି ଏନସିବି । ସବୁଠୁ ବଡ଼ କଥା ହେଉଛି ସୌଭିକ ଚକ୍ରବର୍ତ୍ତୀ ମାନିଛନ୍ତି ଯେ ସେ ତାଙ୍କ ଭଉଣୀ ରିୟାଙ୍କ ପାଇଁ ଡ୍ରଗ୍ସ କ୍ରୟ କରିଛନ୍ତି ।

ଡ୍ରଗ୍ସ ସହ ଜଡ଼ିତ ଏହି ମାମଲାରେ ଆଜି ଏନସିବି ଟିମ୍‌ ଡ୍ରଗ ମାଫିଆ ଓ୍ବାସିତକୁ କୋର୍ଟରେ ହାଜର କରାଇଥିଲା । ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଓ୍ବାସିତକୁ ଏନସିବି ହେପାଜତକୁ ପଠାଇଛନ୍ତି କୋର୍ଟ । ଏନସିବି ଓ୍ବାସିତକୁ ସୌଭିକ ଓ ସାମୁଏଲଙ୍କ ସାମ୍ନାରେ ବସାଇ ପଚରା ଉଚରା କରିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଟିମ୍‌ ରିୟାଙ୍କ ଘରେ ପାଖାପାଖି ସାଢ଼େ ତିନି ଘଣ୍ଟା ଛାନଭିନ୍‌ କରିଥିଲା । ଏହା ପରେ ଏନସିବି ଟିମ୍‌ ସୌଭିକଙ୍କୁ ପଚରା ଉଚରା ପାଇଁ ନିଜ ସହ ନେଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.