ସାଉଥ୍କୋ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍, ବିନା ଅନୁମତିରେ ଛାଡିଥିଲେ ହେଡ୍ କ୍ୱାର୍ଟର
15/04/2020 at 2:41 PM

ବ୍ରହ୍ମପୁର ୧୫।୦୪: ନିୟମ ଖିଲାପକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ । କରୋନା ଭାଇରସ ବା କୋଭିଡ୍ -୧୯ ନିୟମ ଖିଲାପ୍ କରିଥିବା ବ୍ରହ୍ମପୁରର ସାଉଥ୍କୋ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ସାଉଥ୍ କୋ ଏ.ଓ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଗଞାମ ଜିଲ୍ଲା ପ୍ରଶାସନ ର କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ନୋଟିସ୍ରେ କୁହାଯାଇଛି ଯେ, ଲକ୍ଡାଉନ୍ ସମୟରେ କାହା ଅନୁମତିରେ ହେଡ୍ ଅଫିସ ଛାଡିଥିଲ । ବିନା ଅଧିକାରୀଙ୍କ ଅନୁମତିରେ ହେଡ୍ କ୍ବାର୍ଟର୍ ଛାଡିଥିଲେ । ବ୍ରହ୍ମପୁରରୁ ଭୁବନେଶ୍ବର ଯାଇଥିଲ । ତେଣୁ ତିନି ମଧ୍ୟରେ କାରଣ ଦର୍ଶାଇ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ ।