Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

କର୍ମଚାରୀ ଆତ୍ମହତ୍ୟା ଘଟଣାରେ ସୋରୁମ ମାଲିକ ଗିରଫ, ଦେଉଥିଲେ ଶାରୀରିକ ଓ ମାନସିକ ନିର୍ଯାତନା

13/10/2020 at 9:52 PM

ଭଦ୍ରକ, ୧୩ ।୧୦:କର୍ମଚାରୀ ଆତ୍ମହତ୍ୟା ଘଟଣାରେ ଭଦ୍ରକ ପୋଲିସ  ସଂଗୀତା ମୋଟର୍ସ ମାଲିକ ଚନ୍ଦନ ସାହାଙ୍କୁ ଗିରଫ କରିଛି । ମୃତ କର୍ମଚାରୀ ନିଜ ଆତ୍ମହତ୍ୟା ପାଇଁ ଚନ୍ଦନ ସାହାଙ୍କୁ ଦାୟୀ କରି ସୁଇସାଇଡ଼ ନୋଟ ଲେଖିଥିଲେ । ଯାହା ଆଧାରରେ ପୋଲିସ ତଦନ୍ତ କରି ମାଲିକଙ୍କୁ ଗିରଫ କରିଛି ।

ଗତ ଜୁଲାଇ ୧ ତାରିଖରେ ଟ୍ରାକ୍ଟର ଓ ବାଇକ ସୋରୁମ ସଂଗୀତା ମୋଟର୍ସର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟରେ କର୍ମଚାରୀଜଣଙ୍କ ମୃତ୍ୟୁର କାରଣ ଓ ସୋରୁମ ମାଲିକ କିପରି ନିର୍ଯାତନା ଦେଉଥିଲେ ସେନେଇ ଲେଖିଥିଲେ ।

ସୂଚନାନୁଯାୟୀ, ଗାବସାହି ଅଞ୍ଚଳର ଚିତ୍ତ ରଞ୍ଜନ ଜେନା ଦୀର୍ଘଦିନ ହେବ ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିଲେ । ଗତ ଜୁଲାଇ ୧ତାରିଖରେ ତାଙ୍କର ମୃତଦେହ ସୋରୁମରୁ ମିଳିଥିଲା । ନିକଟରୁ ଏକ ବିଷ ବୋତଲ ମଧ୍ୟ ମିଳିଥିଲା । ମୃତଦେହ ନିକଟରୁ ମିଳିଥିବା ଏକ ସୁଇସାଇଡ ନୋଟରେ ଚିତ୍ତଙ୍କୁ ମାଲିକ ବିଭିନ୍ନ ପ୍ରକାରର ମାନସିକ ନିର୍ଯାତନା ଦେଇଥିବା ଲେଖିଥିଲେ ।ଟ୍ରାକ୍ଟର ନେଇଥିବା ଲୋକଙ୍କ ଠାରୁ ବକେୟା ଟଙ୍କା ଆଣିବାକୁ ଚାପ ପକାଉଥିଲେ । ପରେ ଚିତ୍ତ ମଧ୍ୟ ଟଙ୍କା ବାକି ରଖିଥିବା ବହୁ ମାଲିକଙ୍କ ନିକଟରୁ ଟ୍ରାକ୍ଟର ନେଇଆସିଥିଲେ ।  ଏମିତି କି ମାଲିକ ତାଙ୍କୁ ମାଡ ମାରୁଥିବା ନିଜ ଶେଷ ଚିଠିରେ ଲେଖିଥିଲେ ।

ଏହି ଘଟଣାରେ ଆତ୍ମହତ୍ୟା କରିଥିବା କର୍ମଚାରୀଙ୍କୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସ ତରଫରୁ ଧାରଣା ମଧ୍ୟ ଦିଆଯାଇଥିଲା । ତେବେ ପୋଲିସ ସବୁ ଦିଗରୁ ତଦନ୍ତ କରି ଶେଷରେ ସୋରୁମର ମାଲିକଙ୍କୁ ଗିରଫ କରିଛି ।

   Related Posts