Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; ନିର୍ବାଚନ ଅଧିକାରୀଙ୍କ ନିକଟରେ କଂଗ୍ରେସ-ବିଜେଡି ଫେରାଦ, ରିଟର୍ଣ୍ଣିଂ ଅଫିସର କଲେ ନୋଟିସ୍

27/03/2019 at 8:47 AM

ପୁରୀ ୨୭|୩ : ଆସୁ ଆସୁ ବିବାଦରେ ଫଶିଗଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ଆରମ୍ଭରୁ ହିଁ ହରଡ଼ଘଣାରେ ପଡ଼ିଛନ୍ତି । ସୋମବାର ଦିନ ଖୋଲା ଜିପ୍ ରେ ଜଗନ୍ନାଥଙ୍କୁ ଧରି ସମ୍ବିତ ଯେଉଁ ରୋଡ୍ ଶୋ କରିଥିଲେ, ହିନ୍ଦୁତ୍ବ କାର୍ଡ ଖେଳିବାକୁ ପ୍ରୟାସ କରିଥିଲେ, ତାହା ହିଁ ତାଙ୍କ ପାଇଁ ଅଡ଼ୁଆ ଡାକି ଆଣିଛି ।

ନିର୍ବାଚନ ସମୟରେ କୌଣସି ନେତା ଧାର୍ମିକ ମୂର୍ତ୍ତି ବା ଫଟୋକୁ ଧରି ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ତେଣୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିବାରୁ ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେଡି । ଏପରିକି ଏନେଇ ଦୁଇ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

ସେପଟେ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ନେଇ ସମ୍ବିତଙ୍କୁ ନୋଟିସ୍ କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ । ସମ୍ବିତ ଜୋତା ପିନ୍ଧି ଜଗନ୍ନାଥଙ୍କ ମୂର୍ତ୍ତି ଧରିଥିବାରୁ ଏହା ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରୁଥିବା ଅଭିଯୋଗ ହୋଇଛି ।   

   Related Posts