ଧାନ କିଣାରେ ବିଳମ୍ବ ନେଇ ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ, ୧୧ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍
30/12/2020 at 1:15 PM

କଳାହାଣ୍ଡି ୩୦।୧୨: ଧାନ କିଣାରେ ବିଳମ୍ବ ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ । ଟାର୍ଗେଟଠାରୁ କମ୍ ଧାନ ଉଠାଣ ପାଇଁ ୧୧ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ସହ ତାଗିଦ୍ । ସେହିପରି ଅଖା ବସ୍ତା ଓଜନ ୬୫୦ ଗ୍ରାମ ରହିବା ସତ୍ତ୍ବେ ମଣ୍ଡିରେ ଚାଷୀଙ୍କଠାରୁ ବସ୍ତା ପିଛା ୧ କେଜି କଟନିକୁ ବନ୍ଦ ପାଇଁ ଜିଲ୍ଲାପାଳ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି ।

ସେହିପରି ସବ୍ ଡିଭିଜନ ସ୍ତରୀୟ ଅଧିକାରୀ ମଣ୍ଡିଗୁଡିକ ପରିଦର୍ଶନ ପାଇଁ ଚିଠି ଜାରି କରାଯାଇଛି । ମଙ୍ଗଳବାର ନ୍ୟୁଜ୍ ସେଭେନ୍ ରେ ଅଖା ବସ୍ତା ସଂପର୍କୀତ ଖବର ପ୍ରସାରଣ କରାଯାଇଥିଲା । ଏଫସିଆଇ ନିମ୍ନମାନର ଅଖା ବସ୍ତା ପାଇଁ ମିଲରର ଚାଉଳ ନ ରଖିବା ନିଷ୍ପତ୍ତି ମଣ୍ଡି ଗୁଡିକରେ ପ୍ରଭାବ ପଡିବା ନେଇ ଖବର ପ୍ରସାରଣ ହୋଇଥିଲା ।


Related Posts
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021