Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

୩ ଜିଲ୍ଲାରୁ ହଟିଲା ସଟଡାଉନ୍, ଜାରି ରହିବ ଲକଡାଉନ୍, ଭୁବନେଶ୍ୱରରେ କୋହଳ ହେବନି କଟକଣା

26/04/2020 at 6:46 PM

ଭୁବନେଶ୍ୱର, ୨୬|୦୪:   ଭଦ୍ରକ, ଯାଜପୁର ଏବଂ ବାଲେଶ୍ବର ଜିଲ୍ଲାରେ ହଟିଲା ସଟ୍  ଡାଉନ୍ କଟକଣା । ତେବେ ଏଠାରେ ଲକ୍‌ ଡାଉନ କଟକଣା ଜାରି ରହିଛି।  ସେପଟେ ସୁନ୍ଦରଗଡ ଜିଲ୍ଲାରେ ୩ କରୋନା ପଜିଟିଭ୍ ଚିହ୍ନଟ ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେହିପରି ଭୁବନେଶ୍ବରରେ ରେଡ୍‌ ଜୋନ ହଟିନାହିଁ ବୋଲି ବିଏମସି ଆଜି ସ୍ପଷ୍ଟ କରିଛି।

ରାଉରକେଲା ନାଲା ରୋଡ୍ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା। ସୁନ୍ଦରଗଡ ଜିଲ୍ଲାରେ ୩ କରୋନା ପଜିଟିଭ୍ ଚିହ୍ନଟ ପରେ ନାଲା ରୋଡ ଅଞ୍ଚଳକୁ ଘେରାବନ୍ଦି କରାଯାଇଛି। ଏଥି ସହ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଅବଧିକୁ ବଳବତ୍ତର ରଖାଯାଇଛି । ସେହିପରି କଣ୍ଟେନମେଣ୍ଟ ଜୋନ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଏହି ସମୟରେ ବ୍ୟକ୍ତିଗତ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ ।ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି । ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ୍ ସେଲ୍ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି । ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ ଡାକ୍ତରୀ ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ।

ସେପଟେ ବାଲେଶ୍ବର ଭଦ୍ରକ ଯାଜପୁରରୁ ହଟିଛି ୬୦ ଘଣ୍ଟିଆ ସଟଡାଉନ ହଟିଛି। ଏବେ ଦେଖନ୍ତୁ ବାଲେଶ୍ବରର ଚିତ୍ର ଲୋକେ ଏତେ ସଂଖ୍ୟାରେ ବାହାରକୁ ଆସିଥିଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯାଇଥିଲା। ଜିନିଷପତ୍ର କିଣିବା ଲାଗି ଏତେ ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିଲେ ବି ସାମାଜିକ ଦୂରତାକୁ ବି ଭୁଲି ଯାଇଥିଲେ।  ୨୩ ତାରିଖ ରାତି ୧୦ଟାରୁ ୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ କଟକଣା ଲାଗୁ ହୋଇଥିଲା । ସଟଡାଉନ ହଟିଥିଲେ ମଧ୍ୟ ଲକ୍ ଡାଉନ୍ କଟକଣା ଜାରି ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ସର୍ତ୍ତମୂଳକ ଭାବେ ଲାଇସେନ୍ସ ପ୍ରାପ୍ତ ଦୋକାନ ଖୋଲିବ । କିନ୍ତୁ କଣ୍ଟେନମେଣ୍ଟ ଅଞ୍ଚଳରେ ପୂର୍ବଭଳି କଟକଣା ଜାରି ରହିବ । 

ଯାଜପୁର ଦଶରଥପୁର ବ୍ଲକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ଦଶରଥପୁର ବ୍ଲକର ୨ଟି ପଞ୍ଚାୟତର ୪ଟି ଗାଁକୁ ସିଲ୍ କରିଛି ପୋଲିସ । ଗତକାଲି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୪ଟି ଗାଁକୁ ୧୫ ଦିନ ପାଇଁ କଣ୍ଟେନମେଣ୍ଟ ଯୋଜନା ଘୋଷଣା କରିଛନ୍ତି ଜିଲ୍ଲାପାଳ । କଟିକଟା ପଞ୍ଚାୟତର କଟିକଟା ଗାଁ, ବିହୀରିପୁର ଗାଁ ଏବଂ  ମାଲିକାପୁର ପଞ୍ଚାୟତର ମଲ୍ଲିକାପୁର ଗାଁ ଓ  ମହାନ୍ତିପାଟଣା ଗାଁ ସିଲ୍ । ପୂର୍ବରୁ ବିରଜାପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ରାଜଧାନୀ ଭୁବନେଶ୍ବର ଏବେବି ହଟ୍ ସ୍ପଟ୍  ବା ରେଡ୍  ଜୋନ୍ ରେ ରହିଛି। ଯଦିଓ ଗତ ୧୦ ଦିନ ହେଲା ଏଠାରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି କିନ୍ତୁ ଏଠାରୁ ରେଡଜେନ କଟକଣା ହଟିନାହିଁ ଏବଂ  ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ରାଜଧାନୀରେ ଏହି କଟକଣା ଜାରି ରହିବ  ବୋଲି ବିଏମସି ପକ୍ଷରୁ କୁହାଯାଇଛି। ସାଧାରଣ ଲୋକେ ଏଥିରେ ସହଯୋଗ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି।

   Related Posts