'ନୂଆଖାଇ ପାଇଁ କୋହଳ ହେଉ ସଟଡାଉନ୍', ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସମ୍ବଲପୁର ବିଧାୟକ

Published By : Prameya-News7 Bureau | August 07, 2020 IST

ସମ୍ବଲପୁର, ୦୭|୦୮: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ସଟଡାଉନକୁ  କୋହଳ କରିବାକୁ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ଏହାସହ ସଟଡାଉନ୍‌କୁ କୋହଳ କରିବା ପାଇଁ ସେ ଅନୁରୋଧ ମଧ୍ୟ କରିଛନ୍ତି ।

{"id":311055,"width":624,"height":837,"sizeSlug":"large"}

ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସପ୍ତାହନ୍ତ ସଟଡାଉନ ଚାଲିଛି । ଏନେଇ ନିର୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ହେଲେ ଅଗଷ୍ଚ ୨୩ ରବିବାର ପଡୁଥିବାରୁ ସେଦିନ ସଟଡାଉନ ହେଉଛି । ଫଳରେ ପଶ୍ଚିମ ଓଡିଶାର ଗଣପର୍ବକୁ ଏହି ସଟଡାଉନରୁ ବାଦ ଦିଆଯାଉ ବୋଲି ସେ ପତ୍ର ମାଧ୍ଯମରେ ଅନୁରୋଧ କରିଛନ୍ତି । ଏହା ସହ ରେଙ୍ଗାଲି ବିଧାୟକ ମଧ୍ଯ ଜୟନାରାୟଣଙ୍କ ଦାବିକୁ ସମର୍ଥନପୂର୍ବକ ପତ୍ରରେ ଦସ୍ତଖତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.