Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଅନଲକ୍-୧ର ପ୍ରଥମ ସଟଡାଉନ୍: ସବୁ ବନ୍ଦ, ରାସ୍ତା ଶୂନଶାନ୍

6/06/2020 at 6:03 PM

ଭୁବନେଶ୍ୱର, ୦୬|୦୬:  ଅନଲକ୍-୧ର ପ୍ରଥମ ସଟ୍ ଡାଉନ୍ । ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଶୂନଶାନ୍ । ରାସ୍ତାରେ କାଁ ଭାଁ ଗାଡି ମଟର ଚାଲୁଛି । ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁନାହାନ୍ତି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅନାବଶ୍ୟକ ଯାତାୟତ ଉପରେ ରୋକ୍ ଲଗାଇଛି ପୋଲିସ ।  ସଟ୍ ଡାଉନ ପାଇଁ କଡା କଟକଣା । ପୋଲିସର କଡା ପହରା ।  ଯାଆସ କରୁଥିବା ଲୋକଙ୍କୁ ଚେକିଂ କରାଯାଉଛି ।  ବିଭିନ୍ନ ଟ୍ରାଫିକ୍ ଏବଂ ଅନ୍ୟ ସ୍ଥାନରେ ନାକାବନ୍ଦୀ କରାଯାଇଛି ।  ସଟ୍ ଡାଉନରେ ପୁରା ଠପ୍ ହୋଇଯାଇଛି ବସଷ୍ଟାଣ୍ଡ । କେବଳ କିଛି ଯାତ୍ରୀ ବସକୁ ଅପେକ୍ଷା କରିଥିବା ଦେଖବାକୁ ମିଳିଥିଲା । ଭୁବନେଶ୍ବର ଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି କଟକରେ ।  ଏଠି ବି ରାସ୍ତାଘାଟ ଖାଁ ଖାଁ । ପୋଲିସର ଜୋରଦାର ପାଟ୍ରୋଲିଂ । ଅଯଥାରେ ଲୋକେ ଯେଭଳି ଘରୁ ନବାହାରିବେ ସେଥିପାଇଁ ସଜାଗ ଆଉ ସତର୍କ ରହିଛି ପୋଲିସ ।

ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଜଗତସିଂହପୁର ସମେତ ୧୧ ଜିଲ୍ଲାରେ ସକାଳ ୬ରୁ ଆରମ୍ଭ ହୋଇଛି ୪୮ ଘଣ୍ଟିଆ ସଟ୍ ଡାଉନ୍ । ଗ୍ରାମାଞ୍ଚଳଠୁ ସହରାଞ୍ଚଳରେ ସଟ୍ ଡାଉନର ବେଶୀ ପ୍ରଭାବ ଦେଖିବାକୁ ମିଳିଛି । ଔଷଧ ଦୋକାନକୁ ବାଦଦେଲେ ସବୁ ଦୋକାନ ବନ୍ଦ ରହିଥିଲା । ସଟ୍ ଡାଉନ୍ ଜିଲ୍ଲା ମଧ୍ୟରେ ପୁରୀ ରହିଥିଲେ ମଧ୍ୟ ଶନିବାର ଗୋଟିଏ ଦିନ ପୁରୀ ପୌରାଞ୍ଚଳକୁ ସଟଡ଼ାଉନ୍ କଟକଣାରୁ ବାଦ୍ ଦିଆଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ୪ ତାରିଖ ରାତିରୁ ୧୪୪ ଧାରା ଜାରି କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ବ୍ୟବସାୟୀଙ୍କ ପାଇଁ ଆଜି ଦିନଟା କୋହଳ କରିଥିଲା । ଫଳରେ ବଡ଼ଦାଣ୍ଡ ସମେତ ସହରରର ବିଭିନ୍ନ ସ୍ଥାନରେ ଦୋକାନ ଖୋଲିଥିଲା ।

ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା, ଏଟିଏମ, କ୍ରିଟିକାଲ ଫାଇନାନସିଆଲ ହାଉସ, ଆରବିଆଇ, ଭଳି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ, ବିମାନବନ୍ଦର, ରେଳ ଷ୍ଟେସନ, ବସ ଟର୍ମିନାଲ ଏବଂ ଏଥିରେ ସଂପୃକ୍ତ କାର୍ଯ୍ୟାଳୟ, ରନ୍ଧନ ଗ୍ୟାସ୍ର ହୋମ୍ ଡେଲିଭରିକୁ ସଟ୍ ଡାଉନ କଟକଣାରୁ ବାଦ ଦିଆଯାଇଛି ।

   Related Posts