ଷ୍ଟେଜ୍ ଉପରେ ଡ୍ୟାନ୍ସ କରିବା ସମୟରେ ଯୁବତୀଙ୍କ ଦେହରେ ବାଜିଲା ଗୁଳି, ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | December 07, 2019 IST

କାନପୁର ୭/୧୨: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓରେ ଷ୍ଟେଜ ଉପରେ ଦୁଇଜଣ ଯୁବତୀ ନୃତ୍ୟ କରୁଥିବାର ଦୃଶ୍ୟ ରହିଛି। କିଛି ସମୟ ନୃତ୍ୟ କରିବା ପରେ ଷ୍ଟେଜରେ ନୃତ୍ୟ କରୁଥିବା ଯୁବତୀଙ୍କ ମୁହଁରେ ଗୁଳି ବାଜିଛି।  ଭିଡିଓରେ ଜଣେ ବ୍ୟକ୍ତିର ସ୍ୱର ଶୁଣିବାକୁ ମିଳୁଛି ଯେ ‘ଗୁଳି ଚାଲିଯିବ’ । କିଛି ସମୟ ପରେ ସେ କହୁଛି ଯେ ’ଗୁଳି ଚଲାଇ ଦିଅ’ । ଏହା ପରେ ଗୁଳି ଫୁଟିବାର ଶବ୍ଦ ଶୁଭୁଛି ଏବଂ ଯୁବତୀ ଜଣଙ୍କ ଷ୍ଟେଜରେ ପଡିଯାଉଛନ୍ତି।

ଉତ୍ତର ପ୍ରଦେଶର ଚିତ୍ରକୁଟ ଗାଁର ଘଟଣା । ଏଠାରେ ୧ ଡିସେମ୍ବର ଦିନ ଗାଁର ସରପଞ୍ଚଙ୍କ ଝିଅର ବିବାହ ଥିଲା । ଏହି ବିବାହ କାର୍ଯ୍ୟକ୍ରମରେ ଏକ ଡ୍ୟାନ୍ସ  ଗ୍ରୁପକୁ ଡକାଯାଇଥିଲା । ଗ୍ରୁପରେ ୨ ଜଣ ଯୁବତୀ ଡ୍ୟାନ୍ସ କରୁଥିଲେ । ମଝିରେ ସେମାନେ କିଛି ସମୟ ପାଇଁ ରହିଥିଲେ । ଏହା ପରେ ଭିଡ ଭିତରୁ କିଏ ଜଣେ ଚିଲ୍ଲାଇଲା ଯେ ଗୁଳି ଚାଲିଯିବ । ଏହା ପରେ ସତକୁ ସତ କିଏ ଜଣେ ଗୁଳି ଚଲାଇଦେଲା । ଗୁଳିଟି ସିଧା ଯାଇ ଡ୍ୟାନ୍ସରର ମୁହଁରେ ବାଜିଲା । ଏହା ପରେ ତାଙ୍କୁ କାନପୁରରେ ଏକ ହସ୍ପିଟାଲ ନିଆଗଲା । ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।

wp:html /wp:html

ସୂଚନା ଅନୁସାରେ ଡ୍ୟାନ୍ସରଙ୍କ ବ୍ୟତୀତ ବର ପକ୍ଷର ୨ ଜଣ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଏହି ଫାୟାରିଂ ସରପଞ୍ଚଙ୍କ ପରିବାରର କିଏ ଜଣେ ସଦସ୍ୟ କରିଛନ୍ତି । ତେବେ ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.