ଭୋଟ ଦେଇ ନିଜର ମତ ସାବ୍ୟସ୍ତ କଲେ ଦୁନିଆର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମଗେ

Published By : Prameya-News7 Bureau | April 11, 2019 IST

ନାଗପୁର ୧୧/୪ : ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି | ଦୁନିଆର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଆମଗେ ନାଗପୁରରେ ଭୋଟ ଦେଇଛନ୍ତି | ଜ୍ୟୋତି ଆମଗେ ଜଣେ ଅଭିନେତ୍ରୀ ହେବାସହ ଗିନିଜ ୱାର୍ଲଡ ରେକର୍ଡରେ ନିଜ ନାଁ ସାମିଲ କରିଛନ୍ତି | ତାଙ୍କ ଉଚ୍ଚତା ୬୩ ସେଣ୍ଟିମିଟର | ଜ୍ୟୋତିଙ୍କ ବୟସ ୨୫ ବର୍ଷ | ଉଚ୍ଚତା କମ ଥିଲେ ସୁଦ୍ଧା ସେ ନିୟମ ଅନୁଯାୟୀ ଲାଇନରେ ଛିଡା ହୋଇ ଭୋଟ ସାବ୍ୟସ୍ତ କରିଥିଲେ |

{"id":102385}


ଭୋଟ ଦେବାପରେ ସେ ସମସ୍ତ ନାଗରିକଙ୍କୁ ନିଜ ନିଜ ଭୋଟ ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଥିଲେ | କାରଣ ଭୋଟ ଦେବା ଭାରତୀୟ ନାଗରିକଙ୍କ ଅଧିକାର | ପ୍ରଥମେ ଭୋଟ ଦେଇ ତା'ପରେ ନିଜର ଜରୁରୀ କାମ କରିବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଥିଲେ |

{"id":102394}


ଜ୍ୟୋତି ବିଗ ବଶର ଷଷ୍ଠ ସିଜନକୁ ଯାଇଥିଲେ | ସେ ଅଭିନେତ୍ରୀ ମଧ୍ୟ | ଆମେରିକୀୟ ଏବଂ ଇଟାଲିୟନ ଟିଭି ସିରିଜରେ ମଧ୍ୟ ଜ୍ୟୋତି କାମ କରିସାରିଛନ୍ତି | ପୁନେ ସ୍ଥିତ ସେଲିବ୍ରିଟି ୱାକ୍ସ ମ୍ୟୁଜିୟମରେ ଜ୍ୟୋତିଙ୍କ ଷ୍ଟାଚ୍ୟୁ ମଧ୍ୟ ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.