Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କଣ୍ଡୋମ୍ ମିଳୁନି , ଲକ୍‌ଡାଉନ୍‌ରେ ଡିମାଣ୍ଡ ସହ ତାଳ ଦେଇପାରୁନି ବଜାର

29/03/2020 at 1:46 PM

ନୂଆଦିଲ୍ଲୀ ୨୯/୦୩:ସାରାବିଶ୍ୱକୁ ଏବେ ଘାରିଛି କରୋନା ଭୟ । କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ୩୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବିଶ୍ୱର ୧୯୯ଟି ଦେଶକୁ ବ୍ୟାପିସାରିଲାଣି କରୋନା । ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶରେ ବୈଜ୍ଞାନିକ, ଡାକ୍ତର, ବିଶେଷଜ୍ଞ ଔଷଧ ନିର୍ମାଣ କାର୍ଯ୍ୟରେ ଲାଗିପଡିଛି ।  ତେବେ ଏହିଭଳି ମାରାତ୍ମକ ଭାଇରସରୁ ରକ୍ଷାପାଇବା ପାଇଁ ବିଭିନ୍ନ ଦେଶ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଲକ୍‌ଡାଉନ୍‌ ସମୟରେ ଲୋକମାନେ ନିଜ ଘରେ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ଦ୍ଦିଷ୍ଟ ସମୟରେ ଆଣିବାକୁ କୁହାଯାଉଛି । ଏଭଳି ସ୍ଥିତିରେ ବିଶ୍ୱବ୍ୟାପୀ କଣ୍ଡୋମ୍‌ର ଘୋର ଅଭାବ ପରିଲକ୍ଷିତ ହୋଇଛି । ଲୋକମାନେ ପୂରା ସମୟ ନିଜ ଘରେ ରହୁଥିବାରୁ କଣ୍ଡୋମ୍‌ ଚାହିଦା ଅଚାନକ ବୃଦ୍ଧି ପାଇଛି । ତେବେ ଅଧିକାଂଶ ଦେଶରେ ମେଡିକାଲ ଷ୍ଟୋରରେ କଣ୍ଡୋମ୍‌ ଶେଷ ହୋଇଯାଇଥିବା ରିପୋର୍ଟ ସାମ୍ନାକୁ ଆସିଛି ।

ଅନ୍ତର୍ଜାତୀୟ ବଜାରରୁ ଏହା ଯେମିତି ଗାଏବ ହୋଇଯାଇଛି । ଲକ୍‌ଡାଉନ୍‌ ଯୋଗୁ କଣ୍ଡୋମ୍‌ ନିର୍ମାଣକାରୀ କମ୍ପାନି ଉତ୍ପାଦନ ବନ୍ଦ କରିଦେଇଥିବାରୁ ବର୍ଦ୍ଧିତ ଚାହିଦା ପୂରଣ ହୋଇପାରୁ ନାହିଁ । ମାଲେସିଆର କୋରେକ୍ସ ବିଏଚ୍‌ଡି କମ୍ପାନି ବିଶ୍ୱରେ ସର୍ବାଧିକ କଣ୍ଡୋମ୍‌ ଉତ୍ପାଦନ କରିଥାଏ । ବିଗତ ୧୦ ଦିନ ମଧ୍ୟରେ ମାଲେସିଆରେ ଥିବା କମ୍ପାନିର ୩ଟି କାରଖାନାରୁ ଗୋଟିଏ ବି କଣ୍ଡୋମ୍‌ ତିଆରି କରାଯାଇ ନାହିଁ ।

ଡେଲିମେଲ୍‌ ଖବର ମୁତାବକ ମାଲେସିଆ ସରକାର ଲକ୍‌ଡାଉନ୍‌ ଯୋଗୁ ଏହି କାରଖାନାଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରୁ ୧୦ କୋଟି କଣ୍ଡୋମ୍‌ କମ୍‌ ପଡ଼ିଛି । ଏଠାରୁ ସାରା ବିଶ୍ୱକୁ କଣ୍ଡୋମ୍‌ ଯୋଗାଣ ହୋଇଥାଏ । କୁହାଯାଉଛି ଯେ ଅନେକ ମାସ ଧରି କଣ୍ଡୋମ୍‌ ଅଭାବ ପରିଲକ୍ଷିତ ହେବ । କୋରେକ୍ସର ମୁଖ୍ୟ କାଖ୍ୟନିର୍ବାହୀ ଅଧିକାରୀ ଗୋହ ମିୟା କାଇଟ କହିଛନ୍ତି, ସାରା ବିଶ୍ୱ କଣ୍ଡୋମ୍‌ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ଏହାଦ୍ୱାରା ନୂଆ ସମସ୍ୟା ଦେଖାଦେଇପାରେ ।

   Related Posts