କ୍ଷୁଦ୍ର ଚଳଚ୍ଚିତ୍ର ପ୍ରିତଯୋଗିତା ଉନ୍ମୋଚିତ, ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ସଚେତନ କରିବା ଲକ୍ଷ୍ୟ

Published By : Prameya-News7 Bureau | October 19, 2021 IST

ବାରଙ୍ଗ, ୧୯/୧୦: ଆଗକୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ମହିଳାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ, ଜନ ସଚେନତନତା ସୃଷ୍ଟି କରିବା ନେଇ, ୟୁନିସେଫ ଓଡିଶା ଗୁରୁତ୍ବ ଦେଇଛି । ଏହାକୁ ସଫଳ କରିବା ପାଇଁ ସ୍ବଚ୍ଛାସେବୀ ସଙ୍ଗଠନ ଆଇନା ଓ ୟୁନିସେଫ୍ ଓଡିଶା ତରଫରୁ କେତେକ ଯୋଜନା ପ୍ରସ୍ତୁତ କରାଯାଇଛି । ଆଜି ଏନେଇ ଦୁଇ ଅନୁଷ୍ଠାନର ମିଳିତ ସହଭାଗୀତାରେ ଚନ୍ଦ୍ରଶେଖପୁର ଠାରେ ( କଲ୍ଲୋଲା 2021 ) ସପ୍ତମ ସଂସ୍କରଣ ଉଦଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ୟୁନିସେଫ ରେଡ ଡଟ କ୍ୟାମ୍ପେନ ଆମ୍ବାସେଡର ତଥା ଓଡିଆ ଚଲଚ୍ଚିତ୍ର ନାୟିକା ଅର୍ଚ୍ଚିତା ସାହୁ, ୟୁନିସେଫ୍ ଓଡିଶା ମୁଖ୍ୟ ଓ.ନେଲସନ, ଅନନ୍ତ ମହାପାତ୍ର, ସ୍ବଚ୍ଛାସେବୀ ସଂଗଠନ ଆଇନାର ସମ୍ପାଦିକା ସ୍ନେହା ମିଶ୍ର ଯୋଗ ଦେଇଥିଲେ । ସମାଜରେ ରୁତୁସ୍ରାବକୁ ନେଇ ଚାଲିଥିବା ଭୁଲଧାରଣାକୁ ଦୂର କରିବା, ଏହା ସହ ଜଡିତ ଭୟ ଓ ଲଜ୍ୟା ଦୂର କରିବା ଦିଗରେ ଉଭୟ ଅନୁଷ୍ଠାନ କାର୍ଯ୍ୟକରିବା ନେଇ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.