କ୍ଷୁଦ୍ର ଚଳଚ୍ଚିତ୍ର ''ସମ୍ପର୍କର ବୋଝ'': କିଏ କାହା ପାଇଁ ବୋଝ ?

Published By : Prameya-News7 Bureau | September 24, 2020 IST

ଯାଜପୁର୨୪/୯: ଯାଜପୁର ଟାଉନ୍ ନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ କ୍ଷୁଦ୍ର ଚଳଚ୍ଚିତ୍ର ''ସମ୍ପର୍କର ବୋଝ'' ର ଶୁଭ ମହୁରତ ହୋଇଯାଇଅଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସମାଜକୁ ବାର୍ତ୍ତା ଦେବା ପାଇଁ ପ୍ରୟାସ କରାଯାଇଛି। ସମାଜରେ ବାପା-ମାଆମାନଙ୍କୁ ଅବହେଳିତ କରୁଥିବା ପିଲାମାନଙ୍କୁ ସଚେତନତା କରିବା ପାଇଁ ଏକ ସୁନ୍ଦର ପ୍ରୟାସ କରାଯାଇଛି। ସାଧାରଣତଃ ପିଲାମାନେ ବାହାହେବା ପରେ ବାପା-ମାଆଙ୍କୁ କଷ୍ଟକୁ ଭୁଲି ଯାଆନ୍ତି। ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ସୁରେଶ ରାଜ ଏବଂ ସଙ୍ଗୀତକୁ ସଜେଇଛନ୍ତି ଓଡ଼ିଶାର ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ, ଗୀତ ଗାଇଛନ୍ତି ଶିଶୁ କଣ୍ଠଶିଳ୍ପୀ ମାଷ୍ଟର ଦେବେଶ୍ୱର ଓ ସତ୍ୟମ ସୁନ୍ଦର। ଏଥିରେ ଅଭିନୟ କରିଛନ୍ତି ପୂର୍ବତନ ସାଂସଦ ଅଞ୍ଚଳ ଦାସଙ୍କ ସମେତ ଯାଜପୁରର ବହୁ ପ୍ରତିଭାବାନ କଳାକାର ଅଭିନୟ କରିଛନ୍ତି। ଏହାକୁ ପରିଚାଳନା କରିଛନ୍ତି ପ୍ରଶାନ୍ତ ଗେଡି ଏବଂ କ୍ୟାମେରା ଦାୟିତ୍ବ ଏସଜେ ସାନୁ ଦଇତ୍ୟା ପରି ବହନ କରିଛନ୍ତି। ସୁଟିଂ ଆରମ୍ଭ କରାଯାଇ ଖୁବ ଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ନାରାୟଣ ଚୌଧୁରୀ, ଅଭିନେତା ସୂର୍ଯ୍ୟମଣି ପଣ୍ଡା, ସମାଜ ସେବୀ ବସୁ ଦାଶ, ଗୀତିକାର ନଳିନୀ ପ୍ରଭା ଦାସ, ଅଭିନେତା ପିଣ୍ଟୁ, ମାମୁନି, ଶିଶୁ କଳାକାର ବାବୁ ଏଥିରେ ଅଭିନୟ କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.