Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ରିଲିଜ୍ ହେଲା କରୋନା ଭାଇରସ୍ ଉପରେ ନିର୍ଧାରିତ ସର୍ଟ ଫିଲ୍ମ C+ : ଫିଲ୍ମ ଜରିଆରେ କରୋନାର ସନ୍ଦେଶ

12/05/2020 at 11:33 AM

ମୁମ୍ବାଇ ୧୨/୦୫ : କରୋନା ଭାଇରସ ଉପରେ ୟୁଟ୍ୟୁବରେ Gazebo Entertainment ଏକ ସର୍ଟ ଫିଲ୍ମ ରିଲିଜ କରିଛି | ଫିଲ୍ମର ଟାଇଟଲ C+ ରଖାଯାଇଛି | ଫିଲ୍ମର ନିର୍ଦେଶନା ଦେଇଛନ୍ତି ହର୍ଷବର୍ଦ୍ଧନ ବ୍ୟାସ ଏବଂ ସୁବୋଧ ପାଣ୍ଡ୍ୟା | ଫିଲ୍ମ ନିର୍ମାତା ମଧ୍ୟ ସୁବୋଧ ପାଣ୍ଡ୍ୟା | ଫିଲ୍ମ ସୁବୋଧ ପାଣ୍ଡ୍ୟା ଓ ମୄଦୁଲ ପାଣ୍ଡ୍ୟା ଲେଖିଛନ୍ତି | ଫିଲ୍ମ ଜରିଆରେ କରୋନା ସମୟରେ ଏବଂ ଲକ ଡାଉନ ସମୟରେ ଜୀବନରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଦର୍ଶାଯାଇଛି | ଲକ ଡାଉନ ଯୋଗୁଁ ବହୁତ କମ ରିସୋର୍ସରେ ତିଆରି କରାଯାଇଛି | କିନ୍ତୁ କରୋନା ସମ୍ପର୍କରେ ସନ୍ଦେଶ ଦେବାରେ ଫିଲ୍ମ ସଫଳ ହୋଇଛି |

କରୋନା ଯୋଗୁଁ ଜୀବନ କେଉଁଠି ଥିଲା ଏବଂ କେଉଁଆଡେ ଗତି ଗଲାଣି ତାହା ଦର୍ଶାଯାଇଛି | ଲୋକଙ୍କ ମାନସିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି | କରୋନା ସଂକ୍ରମଣ ସଂଖ୍ୟା ଯେଉଁଭଳି ଭାବେ ବଢି ବଢି ଚାଲିଛି ଲୋକଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି | ଫିଲ୍ମରେ ଦର୍ଶାଯାଇଛି ଯେ କରୋନା ନିଜେ ବ୍ୟାପିଉନାହିଁ ବରଂ ତାକୁ ଜାଣିଶୁଣି ବିସ୍ତାର କରାଯାଇଛି | ଫିଲ୍ମ ଜରିଆରେ ଭାଇରସ ନିଜେ କହୁଛି ଯେ, ସେ ନିଜେ ଚାଲି ଚାଲି ସାରା ଦୁନିଆ ବୁଲୁନି, ବରଂ ଲୋକେ ନିଜେ ଘରକୁ ଘର ତାକୁ ପହଞ୍ଚାଇଛନ୍ତି | ସେ ଆରମ୍ଭରୁ ଏକା ହିଁ ଥିଲା | ଲକ୍ଷ ଲକ୍ଷ ସଂଖ୍ୟାରେ ଭାଇରସ ବିସ୍ତାର କରିବା ପଛରେ ହାତ ମଣିଷର ହିଁ ରହିଛି | ଭାଇରସ କହିଛି ସେ ନିଜେ ବି ଜାଣିନଥିଲେ ଯେ ସେ କାହାର ପ୍ରାଣ ମଧ୍ୟ ନେଇପାରେ | ମଣିଷ ନିଜେ ଭାଇରସ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ନେଉଛି | କାରଣ ମଣିଷ ଗୋଟିଏ ଜାଗାରେ ସ୍ଥିର ହୋଇ ରହି ପାରିଲାନି | ଯେଉଁଥିପାଇଁ ଭାଇରସ ସାରା ଦୁନିଆରେ ବ୍ୟାପିବାରେ ଲାଗିଲା | ଆଜି ସାରା ଦୁନିଆରେ ଯାହା ପରିସ୍ଥିତି ସୃଷ୍ଟି ହୋଇଛି, ଗାଁ ଗାଁ, ସହର, ଦେଶରେ ଜନଜୀବନ ଯେଉଁ ଅବସ୍ଥାରେ ଅଛି ସେଥିପାଇଁ କେବଳ ମଣିଷ ହିଁ ଦାୟୀ | ଭାଇରସ ଆଗକୁ କହୁଛି ଜେ, ଯଦି ଇତିହାସରେ କେବେ କୁହାଯାଏ ଯେ କରୋନା ଦୁନିଆରେ ପ୍ରଳୟ ସୃଷ୍ଟି କରିଥିଲା ତାହେଲେ ତାହା ସତ୍ୟ ନୁହେଁ, କାରଣ ପୃଥିବୀରେ ପ୍ରଳୟ କରୋନା ସୃଷ୍ଟି କରିନି ବରଂ ମଣିଷ ନିଜେ କରିଛି | ଶେଷରେ ଭାଇରସ ଏକା ସୁନ୍ଦର ସନ୍ଦେଶ ଦେଇଛି  ଯେ, “ମଣିଷ ନିଜେ ପୃଥିବୀପୃଷ୍ଠରୁ ମଣିଷ ଜାତିକୁ ଶେଷ କରିଦେବା ତା ପୂର୍ବରୁ ନିଜକୁ ରୋକିଦିଅ, ତୁମେ ନିଜେ ରହିଯିବ ଯଦି ମୁଁ ବି ରହିଯିବି | ଆଉ ଯଦି ମୁଁ ରହିଯିବି ତାହେଲେ ମୁଁ ବି ଶେଷ ହୋଇଯିବି |”

ସୂଚନା ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସ୍ଥରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୨୧୩ କରୋନା ମାମଲା ସାମ୍ନାକୁ ଆସିଛି | ସୋମବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ୧୫୨ରେ ପହଞ୍ଚିଥିଲା | ୯୭ ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ଦେଶର ମୃତ୍ୟୁ ସଂଖ୍ୟା ୨୨୯୩ରେ ପହଞ୍ଚିଛି | ଲକ ଡାଉନକୁ ସମ୍ପୂର୍ଣ ନ ହଟାଇବା, ବରଂ ଧୀରେ ଧୀରେ ପ୍ରତିବନ୍ଧକ ହଟାଇବା ସଂକେତ ଦେଇ ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ କହିଥିଲେ ଯେ, ୩ଟି ପର୍ଯ୍ୟାୟ ଲକ ଡାଉନରେ ଯେଉଁସବୁ ଉପାୟ ଏବଂ ନିୟମ ଆବଶ୍ୟକ ଥିଲା ତାହା ଚତୁର୍ଥ ପର୍ଯ୍ୟାୟରେ ଆବଶ୍ୟକ ନୁହେଁ | ମେ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି | ନିଜ ନିଜ ରାଜ୍ୟରେ ଲକ ଡାଉନ ବ୍ୟବସ୍ଥା କିଭଳି ହେବା ଦରକାର ଏବଂ କିଭଳି ଲକ ଡାଉନ ହଟାଇବେ ତାହା ରାଜ୍ୟର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ ବୋଲି ପ୍ରସ୍ତାବ ଦେଇଛନ୍ତି |

   Related Posts