Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସର୍ଟ ଫିଲ୍ମ କଣ୍ଟେଷ୍ଟ: ଆଗ୍ରହୀ ପ୍ରତିଭାଙ୍କୁ ସୁଯୋଗ ଦେବ News 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି News 7 ର କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ୨୦୨୦

29/10/2020 at 7:51 PM

ଭୁବନେଶ୍ୱର ୨୯/୧୦:  ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ ସେଭେନ୍ କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ । କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା  ନିର୍ଦ୍ଦେଶକଙ୍କୁ ସ୍ବୀକୃତି ତଥା ପରିଚିତିର ସୁଯୋଗ । ଦର୍ଶକଙ୍କୁ ଏକ ନିଆରା  ଅନୁଭବ ସହ  ମନୋରଞ୍ଜନ ଦେବାର  ଏକ ପ୍ରୟାସ । ତା ସହ ଜୀବନର , ସମାଜର ଆଉ ସମୟର  କିଛି  ନିଚ୍ଛକ କଥା  । ଶୁକ୍ର, ଶନି ଓ ରବିବାର  ନ୍ୟୁଜ ସେଭେନ୍‌ରେ ପ୍ରସାରଣ ହେବାକୁ ଯାଉଥିବା ଚଳଚ୍ଚିତ୍ର ମହୋତ୍ସବ  ଦର୍ଶକଙ୍କ ମନକୁ ଛୁଇଁବ ନିଶ୍ଚୟ ।

ଅନନ୍ୟ ଆରମ୍ଭ । ଆଗ୍ରହକୁ  ପ୍ରତିଭାକୁ ସୁଯୋଗ ଆଉ ଏବେ ଦର୍ଶକ ଦେବେ ସ୍ବୀକୃତି ।  “News7 Short Film Contest Shocase 2020” ଏବେ ଦ୍ବିତୀୟ ତଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ସୋପାନରେ ପହଞ୍ଚିଛି । ଟ୍ରଫି ଉନ୍ମୋଚନର  ପ୍ରଥମ ପର୍ବ ପରେ ଏବେ ଦ୍ବିତୀୟ ପର୍ବରେ ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକର ପ୍ରସାରଣ ନ୍ୟୁଜ୍ ସେଭେନରେ ଆରମ୍ଭ ହେବ । ଆସନ୍ତା ୩୦ ତାରିଖରୁ ପ୍ରତ୍ୟେକ ଶୁକ୍ରବାର, ଶନିବାର ଓ ରବିବାର ଦିନ ୧୦ଟା ୪୫ମିନିଟ୍ ଏବଂ ଅପରାହ୍ନ ୩ଟା ୧୫ମିନିଟରେ ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକୁ ଦେଖିବେ ନ୍ୟୁଜ୍ ସେଭେନ  ଦର୍ଶକ । ଦର୍ଶକଙ୍କ ରାୟ  ବିଜେତାଙ୍କୁ ପିନ୍ଧାଇବ ବିଜୟ ମୁକୁଟ ।

ଖବର ଉପରେ ନଜର ସହ କିଛି ନୂଆ ଦେଖାଇବାର ନିରନ୍ତର ପ୍ରୟାସରେ ସଫଳ ନ୍ୟୁଜ୍‌ ସେଭେନ୍‌ ର ଅନ୍ୟ ଏକ ପ୍ରୟାସ “News7 Short Film Contest Shocase 2020” ।   ସିନେମା ତଥା କଳା  ପ୍ରତି ଥିବା ଆଗ୍ରହ ଓ ସୃଜନଶୀଳତାକୁ ଆଗକୁ ଆଣିବାର ଲକ୍ଷ୍ୟ ସହ ଏକ ସାମାଜିକ ସଚେତନତାର ବାର୍ତ୍ତା ।

ଫେବୃଆରୀ ୧୮ ରେ ନ୍ୟୁଜ୍ ସେଭେନ୍ ଷ୍ଟୁଡିଓରେ “News7 Short Film Contest Shocase 2020”ର ଟ୍ରଫିକୁ ସୁମା ରିୟଲ ମିଡିଆର ନିର୍ଦ୍ଦେଶିକା ଶ୍ରୀମତୀ ଶାସ୍ବତୀ ଦାସ, ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଉନ୍ମୋଚନ କରିଥିଲେ । କହିଥିଲେ, ଏପରି ନିଆରା ପଦକ୍ଷେପ ଅନନ୍ୟ ଏବଂ ପ୍ରଶଂସନୀୟ । ଏହାପରେ କିଛି ସର୍ତ୍ତାବଳୀ ସହ ନିର୍ମାତା-ନିର୍ଦ୍ଦେଶକ ତଥା ସିନେପ୍ରେମୀଙ୍କ ଠାରୁ କ୍ଷୁଦ୍ର ଚଳଚ୍ଚିତ୍ର ଆହ୍ବାନ କରାଯାଇଥିଲା । କୋଭିଡ୍ ମହାମାରୀ  ଜନୀତ ଅସାଧାରଣ ସମୟରେ ବି ଆସିଥିଲା ୮୭ କ୍ଷୁଦ୍ର ସିନେମା ।

  ତିନି ଜଣିଆ  ବିଚାରକ ମଣ୍ଡଳୀ  ବାଛିଲେ ୩୮ ଟି କ୍ଷୁଦ୍ର ସିନେମା ।ଲବ୍ଧ ପ୍ରତିଷ୍ଠିତ ନିର୍ଦ୍ଦେଶକ ସୁବାଷ ଦାସ, ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଏବଂ ଲୋକପ୍ରିୟ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କୁ ନେଇ ଗଠିତ. ଏହି ତିନି ଜଣିଆ ଜୁରୀ  ସବୁ ସିନେମାର କରିଥିଲେ ବିଶ୍ଲେଷଣ, ମନ୍ଦ ଆଉ ଭଲ । ଏବେ  ଏହି ମନୋନୀତ ୩୮ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକୁ ପର୍ଯ୍ୟାୟ କ୍ରମେ ନ୍ୟୁଜ୍ ସେଭେନରେ ପ୍ରସାରଣ କରାଯିବ ।

 ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକର ପ୍ରସାରଣ ପରେ “News7 Short Film Contest Shocase 2020” ବିଜେତା  ବଛାହେବେ । ଦର୍ଶକଙ୍କ ରାୟ , ସୋସିଆଲ ମିଡିଆରେ  ଗ୍ରହଣୀୟତାକୁ ବିଚାରକୁ ନିଆଯିବ । ବିଭିନ୍ନ ବର୍ଗରେ ୧୦ରୁ ଅଧିକ ପୁରସ୍କାର ରହିଛି । ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।

   Related Posts