Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦ୍ୟୁତ ସର୍ଟ ସର୍କିଟରୁ ଘରେ ଲାଗିଲା ନିଆଁ, ବ୍ୟାପକ କ୍ଷୟକ୍ଷତି

23/05/2021 at 3:00 PM

କଣ୍ଟାବାଞ୍ଜି ୨୩/୫ : କଣ୍ଟାବାଞ୍ଜି ମେନରୋଡ଼ରେ ଥିବା ଆର.କେ. ଆଣ୍ଡ କମ୍ପାନୀ ରାମ ଅଗ୍ରୱାଲଙ୍କ ପରଦା ହାଉସ ଦୋକାନ ଉପର ମହଲାରେ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଶବିବାର ରାତିରେ ଲାଗିଯାଇଥିଲା ନିଆଁ । ରାତି ପ୍ରାୟ ୯ ଟା ସମୟରେ ଘର ଭିତରୁ ଏକ ଶବ୍ଦ ହୋଇଥିଲା । ପରେ ନିଆଁ ଲାଗି ଉପର ମହଲା ଜଳିଯାଇଥିଲା । ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବଳେକୁ ବ୍ୟାପକ କ୍ଷୟକ୍ଷତି ହୋଇଯାଇଥିଲା । ନିଆଁ ଲାଗି ଘରର ସମସ୍ତ ଆସବାବପତ୍ର ପୋଡିଯାଇଥିବା ଜଣାଯାଇଛି ।

   Related Posts