ଝାରସୁଗୁଡାରେ ବଢୁଛି ସଂକ୍ରମଣ, ସପ୍ତାହେ ଯାଏଁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

Published By : Prameya-News7 Bureau | April 26, 2021 IST

ଝାରସୁଗୁଡା ୨୬।୪: ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, ବ୍ରଜରାଜନଗର, ବେଲପାହଡ ସହରର ସମସ୍ତ ଦୋକାନ ବଜାର ସକାଳ ୭ଟାରୁ ଖୋଲିଥିବା ବେଳେ ଦିନ ୧ଟା ବେଳେ ବନ୍ଦ ହେବ । ଝାରସୁଗୁଡା ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ବେଳେ ସପ୍ତାହନ୍ତ ସଟଡାଉନ୍ ଜାରି ରହିଥିଲା ।

ସପ୍ତାହନ୍ତ ସଟଡାଉନ୍ ସରିବା ପରେ ସୋମବାର ସକାଳୁ ଜିଲ୍ଲାର ସହରାଞ୍ଚଳ ଗୁଡିକରେ ଗହଳ ଚହଳ ଦେଖିବାକୁ ମିଳିଛି । କିନ୍ତୁ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବାରୁ ବ୍ୟବସାୟୀମାନେ ଭୟଭୀତ ହୋଇ ପଡିଲେଣି । ତେଣୁ ବ୍ୟବସାୟୀ ସମେତ ଜିଲ୍ଲାର ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଆସନ୍ତାକାଲିଠାରୁ ସପ୍ତାହକ ପର୍ଯ୍ୟନ୍ତ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି ଚାମ୍ବର ଅଫ୍ କମର୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.