Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆମାନିଆ ସାବାଡ : ମାନିଲେନି କଟକଣା, ସିଲ୍ ହେଲା ଦୋକାନ

23/09/2020 at 2:28 PM

ବଲାଙ୍ଗୀର ୨୩।୯: ସାରା ରାଜ୍ୟରେ କରୋନା ଆତଙ୍କ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ କରୋନା କଟକଣାକୁ କଡା କଡି ପାଳନ କରିବା ସହ ସାମାଜିକ ଦୂରତା ପାଳନ କରିବା ଏବଂ ମାସ୍କ ପରିଧାନ ପାଇଁ କଡା ନିର୍ଦ୍ଦେଶ ରହିଛି । ଏଭଳି ସ୍ଥିତିରେ ଅନେକ ସମୟରେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବା କେତେକ ସ୍ଥାନରେ ଦେଖିବାକୁ ମିଳିଛି । ବଲାଙ୍ଗୀର ସହରରେ ବିଭିନ୍ନ ସ୍ଥାନରେ ଚଢାଉ କରି କୋଭିଡ୍ ନିୟମ ଉଲଂଘନ କରୁଥିବା ଏଭଳି ଆମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ ।

କୋଭିଡ୍‌ ନିୟମ ଉଲଂଘନ କରିବା ଯୋଗୁଁ ବଲାଙ୍ଗୀର ସହରରେ ଥିବା ରିଲାଏନ୍ସ ମାର୍ଟ, ସମଲେଶ୍ଵରୀ ମେଡିକାଲ ଓ ବିବେକ ମେଡିକାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଚଢାଉ ସମୟରେ ଏମାନେ ଖୋଲାଖୋଲି କୋଭିଡ୍ ନୀିୟମ ଉଲଂଘନ କରୁଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହି ସିଲ୍ ବେଳେ ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ମ୍ୟୁନିସିପାଲିଟି ଇଓ ବିପିନ ବିହାରୀ ଦୀପ, ତହସିଲଦାର ଏବଂ ବଲାଙ୍ଗୀର ଆଦର୍ଶ ଟାଉନ୍‌ ଥାନାର ଅଧିକାରୀ ସାମିଲ ଥିଲେ ।

   Related Posts