Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅମାନିଆଙ୍କୁ ପାନେ, କୋଭିଡ୍ ନିୟମ ଉଲ୍ଲଂଘନ କରି ୧୦ଟି ଦୋକାନ ସିଲ୍

24/09/2020 at 10:46 AM

ଅନୁଗୋଳ ୨୪।୯: କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନରେ ଅନୁଗୋଳ ବଜାରର ୧୦ଟି ଦୋକାନକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ଦୋକାନ ଆଗରେ ଲଗାଇଲା କୋଭିଡ ଷ୍ଟିକର। ଛୋଟ ଦୋକାନ କାହିଁକି ସହରର ବହୁ ପୁରୁଣା ଜଣାଶୁଣା ନାମିଦାମୀ ଦୋକାନ କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ କରୁଛନ୍ତି। କୋକାନୀ ଙ୍କର କରୁଛି କୋଭିଡ ଟେଷ୍ଟ। ବଜାର ସାରା ହେଉଛି ସାନିଟାଇଜ।

ଅନୁଗୋଳ ଜିଲ୍ଲାରେ ଏବେ ପ୍ରତିଦିନ ଶତକ ମାରୁଛି କରୋନା। ଏ ପର୍ଯ୍ୟନ୍ତ ଜିଲ୍ଲାରେ ୩୨୨୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସରକାରଙ୍କ କୋଭିଡ ଗାଇଡ଼ ଲାଇନ କୁ ଉଲ୍ଲଘଂନ ହେଉଛି। ଅନୁଗୋଳ ସହରରେ କୋଭିଡ ଗାଇଡ଼ ଲାଇନ ଉଲ୍ଲଘଂନ କରିଥିବା ଆଉ ୧୦ଟି ଦୋକାନ କୁ ସିଲ କରିଛି ଜିଲ୍ଲା ପ୍ରଶାସନ। ତା ସହିତ ଦୋକାନ ଆଗରେ ଷ୍ଟିକର ମାରି ଲୋକଙ୍କୁ ସତର୍କ କରିଦେଇଛି।

ଅନୁଗୋଳ ବସଷ୍ଟାଣ୍ଡଠାରୁ ବଜାର ଛକ ପର୍ଯ୍ୟନ୍ତ ସାନିଟାଇଜ କରାଯାଉଛି। କେତେକ ଦୋକାନୀଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯାଇଛି। ଆଗକୁ ଏହାକୁ ଆହୁରି ଜୋରଦାର କରିବା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପୁଣିଥରେ ଆରମ୍ଭ ହୋଇଛି। କୋଭିଡ ଗାଇଡ଼, ଲାଇନ ଯେପରି ସୋସିଆଲ ଡିଷ୍ଟାଂସ ମେଣ୍ଟେନ ନ କରିବା, ମାକ୍ସ ନ ପିନ୍ଧିଥିବା ଲୋକଙ୍କ ଠାରୁ ଫାଇନ ସହ କେସ ରୁଜୁ କରୁଛି। ତେଣୁ ସମସ୍ତେ କୋଭିଡ ଗାଇଡ଼ ଲାଇନକୁ ମାନିବା ପାଇଁ ପୁଣିଥରେ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

   Related Posts