Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆସିକା ଚାମ୍ବର୍ ଅଫ୍ କମର୍ସର ନିଷ୍ପତ୍ତି, ଆଜିଠାରୁ ମେ’ ୨ ଯାଏଁ ଔଷଧ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ବନ୍ଦ

26/04/2021 at 10:29 AM

ବ୍ରହ୍ମପୁର ୨୬।୪: ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩ ରହିଥିବା ସୂଚନା ମିଳିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି । ସେପଟେ ବ୍ୟବସାୟୀ ସଂଘ ମଧ୍ୟ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଛନ୍ତି ।  

ଆସିକା ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆଜିଠାରୁ ମେ’ ମାସ ୨ ତାରିଖ ପର୍ଯ୍ୟନ୍ତ ଔଷଧ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ସୁବିଧା ଦୃଷ୍ଟିକୋଣରୁ ହୋମ୍ ଡେଲିଭେରୀ ବ୍ୟବସ୍ଥା କରାଯିବାକୁ ସ୍ଥିର କରିଛନ୍ତି ।

ଅନ୍ୟପଟେ ସଟଡାଉନ୍ ପରେ ସୋମବାର ଦୋକାନ ବଜାର ଖୋଲା ରହିଛି। ଗହଳ ଚହଳ ଦେଖିବାକୁ ମିଳିଛି । ସତର୍କ ନରହିଲେ ଅବସ୍ଥା ସଙ୍ଗୀନ ହେବା ସମ୍ଭାବନା ରହିଛି ।

   Related Posts