କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ : ବଲାଙ୍ଗିରରେ ଆସନ୍ତା ୨୫ରୁ ଅକ୍ଟୋବର ୧ ଯାଏଁ ଦୋକାନ ବଜାର ବନ୍ଦ

Published By : Prameya-News7 Bureau | September 24, 2020 IST

ବଲାଙ୍ଗିର ୨୪।୯: ବଲାଙ୍ଗିରରେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭିନ୍ନ ପଦକ୍ଷେପ ନିଆଯାଉଛି । ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଦୋକାନ ବଜାର ଖୋଲିବା ନେଇ ଏକ ଜରୁରୀ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ବର୍ତ୍ତମାନ କରୋନା ମହାମାରୀ ଅତ୍ୟନ୍ତ ଭୟଙ୍କର ମହାମାରୀ ରୂପ ନେଇ ସାରିଛି । ବଲାଙ୍ଗିର ସହରରେ ଏକାଧିକ ବହୁମୂଲ୍ୟ ଜୀବନ ନେଉଛି । ଆଗାମୀ ଦିନରେ ଅନ୍ୟମାନେ ମଧ୍ୟ କରୋନାର ଶିକାର ହେବାର ସ‌ମ୍ଭାବନାକୁ ଏଡାଇ ଦିଆଯାଇ ପାରିବନି ।

ବଲାଙ୍ଗିର ସହରର ବଣିକ ସଂଘ, ପ୍ରମୁଖ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଛି । ଏହି କମିଟିର ନିଷ୍ପତ୍ତି କ୍ରମେ ଆସନ୍ତା ୨୫ ତାରିଖ ଶୁକ୍ରବାରଠାରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏଥିରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା- ଔଷଧ, କିରାନା, ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟ, ଫଳ, ପନିପରିବା, ସାର, ବିହନ, ମାଛ, ମାଂସ, ଅଣ୍ଡା, ଚା ଓ ପାନଦୋକାନ ଦୋକାନଗୁଡିକ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି ।

ଏଥି ସହିତ ହୋଟେଲ ଗୁଡିକ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାର୍ସଲ ଦେଇ ପାରିବେ ବୋଲି ସୂଚନା ଦିଆଯାଇଛି । ଏଣୁ ସମସ୍ତ ବଲାଙ୍ଗିରବାସୀଙ୍କୁ ଏହି ମହାମାରୀ ପରିସ୍ଥିତିରେ ସମସ୍ତେ ଏକ ହୋଇ କରୋନା ମୁକ୍ତ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.