ନୈନିତାଲ ୬/୫: ଦେଶର ବିଭିନ୍ନ ଅଞ୍ଚଳରେ ମଦ ଦୋକାନରେ ପ୍ରବଳ ଭିଡ଼ ଜମିଛି। ମଦ ପ୍ରିୟ ବ୍ୟକ୍ତିଙ୍କ କରୋନା ଭାଇରସର ଭୟ ନାହିଁ କି ଝଡ଼ ତୋଫାନ୍ ଭୟ ନାହିଁ। ଏପରି କ୍ଷେତ୍ରରେ ନୈନିତାଲର ଏକ ଭିଡିଓ ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଠାରେ କୁଆପଥର ଏବଂ ବର୍ଷା ମଧ୍ୟରେ ଲୋକେ ମଦ ପାଇଁ ଲାଇନ୍ ଲଗାଇଥିଲେ।
wp:core-embed/twitter {"url":"https://twitter.com/ANI/status/1257640714776739840","type":"rich","providerNameSlug":"twitter","className":""} /wp:core-embed/twitterଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ପାଖାପାଖି ୪୦ଦିନ ପରେ ମଦ ଦୋକାନ ଖୋଲିଛି। ଏପରି ପରିସ୍ଥିତିରେ ମଦ ପ୍ରିୟ ବ୍ୟକ୍ତିମାନେ ନିଜ ପାଳି ପଡ଼ିବା ଯାଏଁ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହୋଇଥିଲେ। ବର୍ଷା ଏବଂ କୁଆପଥରରେ ମଧ୍ୟ ଲୋକେ ସେଠାରୁ ହଟିନଥିଲେ ଏବଂ ମଦ କିଣି ସେଠାରୁ ଫେରିଥିଲେ। ମଲ୍ ରୋଡର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି।
ଆନ୍ଧ୍ର ପ୍ରଦେଶ,କର୍ଣ୍ଣାଟକ,ମହାରାଷ୍ଟ୍ର,ପଶ୍ଚିମ ବଙ୍ଗ ଏବଂ ଦିଲ୍ଲୀ ସହରର ଗ୍ରାମ୍ୟ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣହୀନ ହେବାରୁ ମଦ ଦୋକାନ ବନ୍ଦ କରି ଦିଆଯାଇଥିଲା।