ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ

Published By : Prameya-News7 Bureau | June 22, 2021 IST

ଖଲ୍ଲିକୋଟ ୨୨।୬: ଗଞ୍ଜାମ ଜିଲ୍ଲାରେ ଏବେ ମାସ୍‌ ଟିକାକରଣ ଚାଲିଛି । ଏବେ ଦୈନିକ ୫୦ ହାଜର ଲୋକଙ୍କୁ ଟିକାକରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । କୋଭିଡର ତୃତୀୟ ଲହର ବଞ୍ଚିବା ପାଇଁ ଟିକାକରଣ ଜରୁରୀ ଅଟେ । ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଦୋକାନୀମାନେ ଟିକା ନେବାପରେ ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର ଦୋକାନ ସମ୍ମୁଖରେ ଲଗାଇବା ବାଧ୍ୟ ଅଟେ । ଯେଉଁ ଦୋକାନୀ ଏହି ପ୍ରମାଣ ପତ୍ର ଲଗାଇବେ ନାହିଁ ଉକ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । କୋଭିଡ୍ ସଖୀ ଓ ସ୍ଵାସ୍ଥ୍ୟସାଥୀ ଆସନ୍ତା ୧ ତାରିଖରୁ ଏହି ଯାଞ୍ଚ କଡାକଡି କରିବେ ।

{"id":469545,"sizeSlug":"large","linkDestination":"none"}

ଏଥିସହ ଦୋକାନରେ ଗହଳି କିମ୍ବା ପଞ୍ଚସୂତୀ ନିୟମ ମାନୁଛି କି ନାହିଁ ତାର ମଧ୍ୟ ଯାଞ୍ଚ ହେବ । ଜିଲ୍ଲା ପ୍ରଶାସନର ଏହିଭଳି ପଦକ୍ଷେପକୁ ବିଭିନ୍ନ ଦୋକାନୀମାନେ ମଧ୍ୟ ସ୍ଵାଗତ କରିଛନ୍ତି । ସହରରେ ଏବେ ଦୋକାନୀମାନେ ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର ଲଗାଉଛି । କିଛି ଦୋକାନୀମାନେ ମଧ୍ୟ ଟିକା ନେଇନଥିବା ଜଣାପଡିଛି । ସେମାନଙ୍କୁ ବିଭିନ୍ନ ବ୍ୟବସାୟ ସଂଘ ପକ୍ଷରୁ ଟିକା ନେଇ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ଲଗାଇବାକୁ କୁହାଯାଇଥିବା ଛତ୍ରପୁର ଗ୍ରୋସେରୀ ସଂଘ ସଭାପତି ସୟଦ ମୁକ୍ତାର କହିଛନ୍ତି । ଗଞ୍ଜାମ ଜିଲ୍ଲା ଏବେ ଗ୍ରୀନ୍ ଜୋନରେ ରହିଛି । 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.