ଦୋକାନୀମାନଙ୍କର କରାଯାଉଛି ଥର୍ମ।ଲ ସ୍କ୍ରିନିଂ ଏବଂ ଅକ୍ସି ପଲସ୍ ସ୍କ୍ରିନିଂ...

Published By : Prameya-News7 Bureau | July 24, 2020 IST

ଖଲ୍ଲିକୋଟ୨୪/୭: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଉଛି। କିଛି ଦୋକାନୀ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏନେଇ ଦୋକାନୀ ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ସମସ୍ତ ନିର୍ବ।ହୀ ଅଧତ୍କାରୀ ଓ ବିଡିଓ ମାନଙ୍କୁ ନିର୍ଦ୍ଦଶେ ଦେଇଥିଲେ। ଏନେଇ ଛତ୍ରପୁର ସହରରେ ଥିବା ଦୋକାନୀମାନଙ୍କ  ଥର୍ମ।ଲ ସ୍କ୍ରିନିଂ ଓ ଅକ୍ସି ପଲସ୍ ସ୍କ୍ରିନିଂ (ପଲସ୍ ଓ ଅକ୍ସିଜେନ୍) କରାଯାଇଛି। ଜିଲ୍ଲାକୁ ଆସିଥିବା ଡାକ୍ତର ଟିମ୍ ଦ୍ବାରା ଏହା କରାଯାଇଛି। ଏଥତ୍ସହ ଦୋକାନୀମାନେ ସେମାନେ ଗ୍ରାହକଙ୍କ ରେଜିଷ୍ଟର ତଥ୍ୟ ରଖୁଛନ୍ତି କି ନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ। ଯେଉଁମାନଙ୍କ କରୋନା ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଛତ୍ରପୁର କଲେଜରେ ସ୍ବାବ ଟେଷ୍ଟ ପାଇଁ ପଠାଯାଉଛି।

ଛତ୍ରପୁରରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ରୁ ଉର୍ଦ୍ଧ୍ବ ରହିଛି।  ସହରର ଯେଉ ଓବାର୍ଡରେ ପଜିଟିଭ୍‌ ବାହାରୁଛନ୍ତି ଉକ୍ତ ଅଚଂଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ଉକ୍ତ ଉକ୍ତ ସାହିକୁ ସିଲ କରାଯିବା ସହ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି। ସେହିପରି ଛତ୍ରପୁର ଏନଏସି ରେ ୫୮୭୧ ଘରର ୨୩ ହଜାର ୪୩୮ ଲୋକଙ୍କ ସ୍କ୍ରିନିଂ କରାଯାଇଛି। ସେଥିରୁ ୩୪ ଜଣଙ୍କ ଲକ୍ଷଣ ଥିବାରୁ ସେମାନଙ୍କୁ କରୋନା ଟେଷ୍ଟ ପାଇଁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.