Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସିଗାରେଟ୍ ଚୋରି ଅଭିଯୋଗରେ ଖୁଣ୍ଟରେ ବନ୍ଧାହେଲେ ନାବାଳକ

30/01/2020 at 2:45 PM

ନୀଳଗିରି ୩୦।୧: ସିଗାରେଟ୍ ଚୋରି ଅଭିଯୋଗରେ ନାବାଳକକୁ ଖୁଣ୍ଟରେ ବାନ୍ଧିଦେଲେ ଦୋକାନୀ । ପୋଲିସ ନିକଟରେ ଖବର ନଥିବା ଜଣାପଡିଥିବା ବେଳେ ଦୋକାନୀଙ୍କ ଏଭଳି କାମକୁ ନିନ୍ଦା କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ଛକରେ ଏକ ଦୋକାନରୁ ଆଜି ନାବାଳକ ଜଣକ ସିଗାରେଟ୍ ଚୋରି କରୁଥିବା ଅଭିଯୋଗରେ ଖୁଣ୍ଟରେ ବାନ୍ଧିଦେଇଥିଲେ ଲୋକେ । ଆଜି ସକାଳେ ଦୋକାନରେ ସିଗାରେଟ୍ ଚୋରି କରୁଥିବା ବେଳେ ଦୋକାନୀ ଦେଖିଥିଲେ ।

ଘଟଣାସ୍ଥଳରୁ ନାବାଳକକୁ ଧରି ଖୁଣ୍ଟରେ ବାନ୍ଧିଦେଇଥିଲେ ଦୋକାନୀ । ପୋଲିସ ନିକଟରେ କିଛି ଖବର ନଥିବା ଜଣାପଡିଥିଲା । ତେବେ ଦୋକାନୀ ଜଣଙ୍କ ଏଭଳି ଆଇନକୁ ହାତକୁ ନେଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯାଇଛି।

   Related Posts